Pratidin TV

Odisha's Digital News Platform

ମହମ୍ମଦ ସିରାଜଙ୍କ ଝଡରେ ଦେଢ ଘଣ୍ଟାବି ତିଷ୍ଠି ପାରିଲାନି ଶ୍ରୀଲଙ୍କା ,୫୦ରେ ଅଲଆଉଟ

1 min read

କଲମ୍ବୋ: ଦିନିକିଆ ଇତିହାସରେ ରେକର୍ଡ କଲା ଭାରତ । ମାତ୍ର ୧୫ ଓଭରେ ୫୦ ରନ ଦେଇ ଶ୍ରୀଲଙ୍କାଙ୍କୁ ଧୂଳି ଚଟାଇଲା ଭାରତ । ଏସିଆ କପ ଫାଇନାଲରେ ଭାରତର ଦମଦାର ବୋଲିଂ । ମାତ୍ର ୧୫ ଓଭରେ ଶ୍ରୀଲଙ୍କା ହରାଇ ବସିଲା ସମସ୍ତ ୱିକେଟ । ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିଲା ଶ୍ରୀଲଙ୍କା । ମୈଦାନରେ ୨ ଘଣ୍ଟ ମଧ୍ୟ ତିଷ୍ଠି ପାରିଲାନି ଶ୍ରୀଲଙ୍କା ମାତ୍ର ଦେଢ ଘଣ୍ଟାରେ ୫୦ ରନ କରି ମୈଦାନରୁ ଫେରିଛି । ବ୍ୟାଟିଂ ଆରମ୍ଭ ରୁ ହିଁ ଶ୍ରୀଲଙ୍କାର ବିପର୍ଯ୍ୟୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ଫୁଲ ଫର୍ମରେ ରହିଥିଲେ ଭାରତୀୟ ବୋଲର । ସିରାଜଙ୍କ ଘାତକ ବୋଲିଂ ମାତ୍ର ୫ ଓଭର ୭ଟି ୱାକେଟ ହରାଇ ସାରିଥିଲା ଡିଫେଣ୍ଡି ଟିମ୍ । ଦିନିକିଆରେ କ୍ରିକେଟ ଇତିହାସରେ ଶ୍ରୀଲଙ୍କାର ଏହାର ସର୍ବନିମ୍ନ ଦ୍ୱିତୀୟ ସ୍କୋର । ପୂର୍ବରୁ ୨୦୧୨ରେ ଶ୍ରୀଲଙ୍କା ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବନିମ୍ନ ୪୩ରନ କରିଥିଲା । ପ୍ରେମଦାସା ଷ୍ଟାଡିୟମରେ ଖେଳାଯାୁଛି ଫାଇନାଲ ମ୍ୟାଚ । ପ୍ରଥମ ଓଭରରେ ବୁମରାଙ୍କ ବଲରେ ଆଉଟ ହୋଇଥିଲା ଶ୍ରୀଲଙ୍କାର ପ୍ରଥମ ଖେଳାଳି । ଏହା ପରେ ମହମ୍ମଦ ସିରାଜଙ୍କ ଝଡରେ ଝଡିଯାଇଥିଲା ଶ୍ରୀଲଙ୍କ ।ଚଳିତ ମ୍ୟାଚରେ ସିରାଜ ଏକା ୭ ଟି ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ ଏବଂ ବୁମରା ଗୋଟେ ୱିକେଟ ନେଇ ଶ୍ରୀଲଙ୍କାର ଖାତ ବନ୍ଦ କରି ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *