ମାଛ ଖାଇବା ହେଲା କାଳ, ଶରୀର ବିଶାକ୍ତ ହୋଇ ଶେଷରେ ଚାଲିଗଲା ଜୀବନ…
1 min read
କାଲିଫର୍ନିଆ: ମାଛ ଖାଇ ମୃତ୍ୟବରଣ କଲେ ଜଣେ ମହିଳା । କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଆମେ ସମସ୍ତେ ଜାଣୁ ଯେ ମାଛ ହେଉଛି ଆମ ଶରୀର ପାଇଁ ଉପକାରୀ । ବିଭିନ୍ନ ପ୍ରଜାତିର ମାଛ ରହିଛନ୍ତି । କିନ୍ତୁ ସବୁ ମାଛ ଖାଇବା ଉପୋଯୋଗୀ ହୋଇନଥାଏ । କାରଣ କେତେକ ମାଛ ରହିଛି ଯାହା ବିଶାକ୍ତ ଅଟେ । ତାକୁ ଖାଇବା ଦ୍ୱାରା ଆମର ଶରୀର ଅସୁସ୍ଥ ହେବା ସହ ଜୀବନ ମଧ୍ୟ ଚାଲିଯାଇଥାଏ । ହଁ ଆଜ୍ଞା ସେହିପରି ଜଣେ ମହିଳା ମାଛ ଖାଇ ପ୍ରଥମେ ନିଜ ଶରୀରର ଅଙ୍ଗ ହରାଇଥରବା ବେଳେ ପରେ ମହିଲାଙ୍କ ଜୀବନ ମଧ୍ୟ ଚାଲି ଯାଇଛି । ତେବେ ମହିଲା ଜଣକ ହେଉଛନ୍ତି କାଲିଫର୍ନିଆର ଲୌରା ବରାଜାସ । ଲୌରା ଦରସିଜା ମାଛ ଖାଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମହିଳାଙ୍କ ସାଙ୍ଗ କହିଛନ୍ତି ।
ସୂଚନା ମୁତାବିକ ଲୌରା କିଛି ମାସ ତଳେ ପାଖ ମାର୍କେଟରୁ ତିଲାପିଆ ନାମକ ମାଛ ଘରକୁ ଆଣିଥିଲେ । ଏବଂ ଘରେ ଏହାକୁ ପ୍ରସ୍ତୁତ କରି ଖାଇଥିଲେ । କିନ୍ତୁ ମାଛ ଖାଇସାରିବା ପରେ ସେ ନିଜକୁ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏଥିସହିତ ତାଙ୍କ ହାତ ଓ ଗୋଡ଼ ଆଙ୍ଗୁଠି ସହ ପାଦ ଓ ତଳ ଓଠ ମଧ୍ୟ କଳା ପଡି ଯାଇଥିଲା । ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପରୀକ୍ଷା ହେବା ପରେ ତାଙ୍କ ଶରୀରର ସମ୍ପୁର୍ଣ୍ଣ ରକ୍ତ ବିଶାକ୍ତ ହୋଇଯାଇଥିବା ବେଳେ କିଡନୀ ଫେଲ୍ ହୋଇ ଯାଇଥଥବା ଜଣାପଡିଥିଲା । ଯାହାକୁ ଦେଖି ଡକ୍ଟର କହିଥିଲେ ମହିଳା ଜଣକ ଭିବ୍ରିଓ ଭୁଲ୍ନିଫିକସ୍ ନାମକ ଏକ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି । କାରଣ ଏହି ରୋଗ ହେଲେ ତାର ଏହିପରି ଲକ୍ଷଣ ସବୁ ରୋଗୀ ଶରୀରରେ ଦେଖାଇଯାଇଥାଏ । ଏହି ରୋଗ ସାଧାରଣତଃ ବ୍ୟାକ୍ଟେରିଆ ବା ଜୀବାଣୁ କାରଣରୁ ହୋଇଥାଏ । କଞ୍ଚା ସାମୁଦ୍ରିକ ଖାଦ୍ୟ ଏବଂ ସମୁଦ୍ର ଜଳରେ ଏହି ଜୀବାଣୁ ରହିଥାନ୍ତି । ତେଣୁ ଏପରି ବିପଦଜନକ ସ୍ୱାସ୍ଥ୍ୟ ବିପଦକୁ ଏଡ଼ାଇବା ପାଇଁ ସାମୁଦ୍ରିକ ଖାଦ୍ୟକୁ ସଠିକ୍ ଭାବରେ ପ୍ରସ୍ତୁତ କରି ଖାଇବା ଉଚିତ ବୋଲି ଡାକ୍ତର ମେସିନା କହିଥିଲେ । ତେବେ ଆପଣମାନେ ଆମିଶ ଖାଦ୍ୟ ଖାଇବା ବେଳେ ତାହାକୁ ଠିକ୍ ଭାବରେ ରୋଷେଇ କରି ଖାଇବା ଦରକାର । ନଚେତ୍ ଏପରି ଅସୁବିଧାରେ ପଡିପାରନ୍ତି ।