Pratidin TV

Odisha's Digital News Platform

ଛୁଟିରେ ଘରକୁ ଆସିଥିଲେ ଯବାନ, ଉଠାଇ ନେଇ କଲେ ହତ୍ୟା…



ମଣିପୁର: ଛୁଟିରେ ଘରକୁ ଯାଇଥିଲେ ଯବାନ । ହେଲେ ଆଉ ଫେରିଲେନି । କେତେ ଆଶା ନେଇ ଯବାନ ଜଣଙ୍କ ବହୁତ ଦିନ ପରେ ଘରକୁ ଫେରିଥିଲେ । ଘରେ ନିଜ ପରିବାର ସହ ସମୟ ବିତାଇବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା । ଆଉ ଘରେ ବାପାଙ୍କୁ ସବୁବେଳେ ମନେ ପକାଉଥିବା ପୁଅ ଝିଅ ଯେତେବେଳେ ତାଙ୍କର ବାପାଙ୍କୁ ପାଖରେ ପାଇଥିଲେ । ସେମାନେ ବହୁତ ଖୁସି ହୋଇଯାଇଥିଲେ । ହେଲେ ସେ ଜାଣି ନଥିଲା ଯେ ତାଙ୍କର ଏହି କ୍ଷଣିକ ଖୁସି ଗୋଟେ ବଡ ଦୁଃଖ ହୋଇ ଫେରିବ ବୋଲି । ଆଉ ତାଙ୍କ ବାପାଙ୍କୁ କେହି ନୃଶଂସ ଭାବେ ହତ୍ୟା କରିବ ବୋଲି । ହଁ ଆଜ୍ଞା ଏପରି ଏକ ଦୁଖଃଦ ଘଟଣା ଘଟିଯାଇଛି ମଣିପୁରରେ । ଛୁଟିରେ ଘରକୁ ଆସିଥିବା ଭାରତୀୟ ସେନାର ଜଣେ ଯବାନଙ୍କୁ ଘରୁ ଅପହରଣ କରି ନେଇ ପରେ ହତ୍ୟା କରାଯାଇଛି । ହତ୍ୟା କରାଯାଇଥିବା ଯବାନଙ୍କ ନାମ ହେଉଛି ସର୍ଟୋ ଥାଙ୍ଗ ଥାଙ୍ଗ କୋମ । ସେ ଭାରତୀୟ ସେନାରେ କାର୍ଯ୍ୟରତ ଯବାନ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଯବାନ ଜଣଙ୍କ ଛୁଟିରେ ମଣିପୁରର ଇମ୍ଫାଲ ପଶ୍ଚିମ ଜିଲ୍ଲା ସ୍ଥିତ ନିଜ ଘରକୁ ଫେରିଥିଲେ । ହେଲେ ଗତ ଶନିବାର ଦିନ କିଛି ଉଗ୍ରବାଦୀ ମାନେ ତାଙ୍କୁ କୈାଶଳ କ୍ରମେ ଘରୁ ଅପହରଣ କରି ନେଇଯାଇଥିଲେ । ଯବାନଙ୍କୁ ଅପହରଣ କରି ନେବା ବେଳେ ପାଖରେ ତାଙ୍କ ୧୦ ବର୍ଷର କୁନି ପୁଅ ଥିଲା । ତାଙ୍କ ବାପା ଏବଂ ସେ ବାରଣ୍ଡାରେ କାମ କରୁଥିବାବେଳେ ତିନି ଜଣ ଅପହରଣ କାରୀ ମାନେ ମାରଣାସ୍ତ୍ର ଧରି ଘରକୁ ପଶି ଆସିଥିଲେ । ପରେ ତାର ବାପାଙ୍କୁ ମାଡ ମାରିବା ସହ ବନ୍ଧୁକ ଦେଖାଇ ଭୟଭିତ କରିଥିଲେ । ଆଉ ତାଙ୍କୁ ଗାଡିରେ ବସିବା ପାଇଁ କହିଥିଲେ । ହେଲେ ସେ ଯେତେ ମନା କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ । ଏନେଇ କୁନି ପୁଅ ତାର ଘର ଲୋକଙ୍କୁ ଜଣାଇଥିଲା । ଆଉ ଘର ଲୋକେ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ହେଲେ ଆଜି ସକାଳ ୯ ୩୦ ସମୟରେ ଅପହରଣ ହୋଇଥିବା ଯବାନଙ୍କର ମୃତଦେହ ପୂର୍ବ ମୋଙ୍ଗଜାମର ପାଖ ଖୁନିଙ୍କଟେକ ଗାଁରୁ ଉଦ୍ଧାର କରାଯାଇଥିଲା । ସେଠାକାର କିଛି ଲୋକେ ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ମୃତଦେହ ଠାବ କରିଥିଲା । ମୃତଦେହଟି ସେହି ଯବାନଙ୍କର ବୋଲି ତାଙ୍କ ଭାଇ ଓ ଭାଉଜ ଚିହ୍ନ କରିଥିଲେ । ତେବେ ଯବାନଙ୍କ ଗୋଟିଏ ପୁଅ ଓ ଝିଅ ଥିବା ବେଳେ ସେମାନଙ୍କୁ ସୁକ୍ଷା ଦେବା ପାଇଁ ସେନା ପକ୍ଷରୁ ସ୍ଥାନୀୟ ପୋଲିସକୁ ନିଦ୍ଦେର୍ଶ ଦିଆଯାଇଥିବା ବେଳେ ଏପରି ଘଟଣାକୁ ନେଇ ସ୍ଥାନୀୟରେ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *