Pratidin TV

Odisha's Digital News Platform

ତୁର୍କୀର ଜଣେ ବ୍ୟକ୍ତିଙ୍କୁ ୧୧ ହଜାର ବର୍ଷ କାରାଦଣ୍ଡ ଦେଇଛନ୍ତି ଅଦାଲତ…

1 min read

ତୁର୍କୀ: ଆମେ ଜାଣୁ ଯେ କେହି ବ୍ୟକ୍ତି ଯଦି ଅପରାଧ କରନ୍ତି ତେବେ ସେମାନଙ୍କୁ ସେମାନଙ୍କର ଅପରାଧ ପାଇଁ ଅଦାଲତ ଦ୍ୱାରା ଆଇନ ଅନୁଯାୟୀ ଦଣ୍ଡାଦେଶ ଜାରୀ କରାଯାଇଥାଏ । ଚୋରୀ କିମ୍ବା ହିସାଂତ୍ମକ କାର୍ଯ୍ୟକଳାପ ପାଇଁ ଅଭିଯୁକ୍ତଙ୍କୁ କିଛି ସମୟ ପାଇଁ ଜେଲ ଦଣ୍ଡାଦେଶ ସହ ଜୋରୀମାନା ଜାରୀ କରାଯାଇଥିବା ବେଳେ ଜଘନ୍ୟ ଅପରାଧ ଘଟାଇଥିଲେ ଅପରାଧିକୁ ୧୪ ବର୍ଷ ବା ଆଜିବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି କେବେ ଜାହାକୁ ହଜାର ହଜାର ବର୍ଷ କାରାଦଣ୍ଡ ଦଣ୍ଡିତ କରାଯାଇଛି ବୋଲି । କିନ୍ତୁ ତୁର୍କିରେ ଏଭଳି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବିକ ଜଣେ ବ୍ୟକ୍ତିଙ୍କୁ ତୁର୍କୀର ଏକ ଅଦାଲତ ୧୦ କି ୧୨ ବର୍ଷ ନୁହେଁ ବରଂ ୧୧୦୦୦ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବ୍ୟକ୍ତିଜଣଙ୍କ ହେଉଛନ୍ତି ଫାରୁକ୍ ଫାତିହ ଓଜର । ସେ ଜଣେ ହାଇସ୍କୁଲ ଡ୍ରପ୍‌ଆଉଟ୍ ହୋଇଥିବା ବେଳେ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ଥୋଡେକ୍ସର ପ୍ରତିଷ୍ଠାତା ଭାବରେ ଜଣାଶୁଣା ଥିଲେ । ଓଜର ୨୦୧୭ରେ କମ୍ପାନୀ ଆରମ୍ଭ କରିଥିଲେ । ଏହା ପରବର୍ତ୍ତୀ ସମୟରେ ତୁର୍କୀର ସବୁଠାରୁ ବଡ଼ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ମଧ୍ୟରୁ ଗୋଟିଏ ପାଲଟିଥିଲା । କିନ୍ତୁ ଏପ୍ରିଲ ୨୦୨୧ରେ କାରବାର ଜାରି ରଖିବାରେ ସକ୍ଷମ ନ ଥିବା ହେତୁ ୪୦୦୦୦୦ରୁ ଅଧିକ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ । ପରେ ଓଜର ଆଲବାନିଆ ଫେରାର ହୋଇଯାଇଥିଲ । ତେବେ ଅଦାଲତ ତାଙ୍କୁ ଅପରାଧିକ ସଂଗଠନକୁ ଚଳାଇବା, ଜାଲ କାରୋବାର, ମନି ଲଣ୍ଡରିଂ ସହିତ ଅନେକ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ୧୧,୧୯୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଓଜରଙ୍କ ବିରୋଧରେ ଏପରି ଦଣ୍ଡାଦେଶକୁ ଯେ କେହିବି ଶୁଣୁଛନ୍ତି ସେ ଆଶ୍ଚର୍ଯ୍ୟ ହେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *