ଆଇପିଏଲ୍ ମିଡିଆ ରାଇଟ୍ସ: ମ୍ୟାଚ୍ ପିଛା ୧୦୦ କେଟି ଟଙ୍କା ପାଇବ ବିସିସିଆଇ
1 min readନୂଆଦିଲ୍ଲୀ: ମାତ୍ର ୫ ବର୍ଷ ପାଇଁ ବିସିସିଆଇକୁ ମିଳିବ ୪୩ ହଜାର କୋଟି । ୨୦୨୩-୨୦୨୭ ଯାଏଁ ମିଡିଆ ରାଇଟ୍ସ ବାବଦରେ ଏହି ଅର୍ଥ ପ୍ରଦାନ କରାଯିବ । ରବିବାର ସକାଳ ୧୧ଟାରୁ ବିଡିଂ ଆରମ୍ଭ ହୋଇଥିବା ବେଳେ ମିଳିବ ୪୩ ହଜାର ୨୫୫ କୋଟି । ତେବେ କେଉଁ କମ୍ପାନୀ ହାତକୁ ମିଡିଆ ରାଇଟ୍ସ ଯିବ ତାହା ସ୍ପଷ୍ଟ ହୋଇ ନାହିଁ । କେତେବେଳେ ଖେଳାଳି ନିଲାମକୁ ନେଇ ତ ପୁଣି କେତେବେଳେ ଖେଳର ପ୍ରସାରଣ ଅଧିକାର ପାଇବା ପାଇଁ ନିଲାମିକୁ ନେଇ ସବୁବେଳେ ଉତ୍କଣ୍ଠା ଲାଗିରହିଥାଏ । କାରଣ ଏଥିପାଇଁ କୋଟି କୋଟି ଟଙ୍କାର କାରବାର ହୁଏ । କିଛିଦିନ ହେଲା ଆଇପିଏଲର ଆଗାମୀ ସିଜିନ ପାଇଁ ପ୍ରାସରଣ ଅଧିକାର କେଉଁ ଟିଭି ଓ ଡିଜିଟାଲ ମିଡିଆ ପାଇବ ତାକୁ ନେଇ ଉତ୍କଣ୍ଠା ଲାଗି ରହିଥିଲା ।
ଏବେ ଜଣାପଡିଛି ଯେ, ଆଇପିଏଲ ଆଗାମୀ ସଂସ୍କରଣର ପ୍ରସାରଣ ଅଧିକାର ମୋଟ୍ ୪୩ ହଜାର ୨୫୫ କୋଟି ଟଙ୍କାରେ ନିଲାମ ହୋଇଛି । ଅର୍ଥାତ ଆଇପିଏଲ ଆଗାମୀ ସଂସ୍କରଣର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବିସିସିଆଇକୁ ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା । ତେବେ ଏହି ଅଧିକାର କିଏ ପାଇଛି ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
କିନ୍ତୁ ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାର ଭିନ୍ନ ଭିନ୍ନ ସଂସ୍ଥା ପାଇଥିବା ସୂଚନା ମିଳିଛି । ଆଇପିଏଲର ଗୋଟିଏ ମ୍ୟାଚର ଟିଭିରେ ପ୍ରସାରଣ ପାଇଁ ସଂପୃକ୍ତ ସଂସ୍ଥା ୫୭ କୋଟି ୫୦ ଲକ୍ଷ ଟଙ୍କା ଓ ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ୪୮ ଲକ୍ଷ ଟଙ୍କା ବିସିସିଆଇକୁ ଦେବ ।ଆଇପିଏଲରେ ବର୍ତ୍ତମାନ ୭୪ଟି ମ୍ୟାଚ ହେଉଛି । ଏହିସବୁ ମ୍ୟାଚ ପାଇଁ ଆଗାମୀ ୫ ବର୍ଷ ଲାଗି ମୋଟ୍ ୪୩ ହଜାର ୨୫୫ କୋଟି ଟଙ୍କା ସଂପୃକ୍ତ ଚ୍ୟାନେଲକୁ ଦେବାକୁ ପଡିବ । ଏହି ଟଙ୍କା ନେବ ବିସିସିଆଇ- ବୋର୍ଡ ଅଫ୍ କଂଟ୍ରୋଲ ଫର କ୍ରିକେଟ୍ ଇନ୍ ଇଣ୍ଡିଆ । ଏଥିପାଇଁ ୪୯ କୋଟି ଟଂକା ସର୍ବନିମ୍ନ ଅର୍ଥାତ୍ ବେସ ପ୍ରାଇସ ରଖା ଯାଇଥିଲା । ୫ ବର୍ଷ ପାଇଁ ଏହି ରାଇଟ୍ସ ଅର୍ଥାତ ଅଧିକାର ବିକ୍ରି କରିଛି ବିସିସିଆଇ ।