Pratidin TV

Odisha's Digital News Platform

ମିଶନ ଶକ୍ତିକୁ ନେଇ ମଣ୍ଡଳ ସଭାନେତ୍ରୀ ଏବଂ ବ୍ଲକ ପ୍ରୋଜେକ୍ଟ କୋଡିନେଟରଙ୍କ ଭିତରେ ଚାଲିଛି ତୁ ତୁ ମେଁ ମେଁ

1 min read

ଢେଙ୍କାନାଳ: ମିଶନ ଶକ୍ତିରେ ଦୁର୍ନୀତି ହେଉଥିବା ନେଇ ଦାବି କଲେ ମଣ୍ଡଳ ସଭାନେତ୍ରୀ । ଏକ ସାମ୍ବାଦିକ ସମିଳନୀ କରି ଦୁର୍ନୀତି ର ଗୁମର ଖୋଲିଲେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବ୍ଲକ ମହିଳା ମଣ୍ଡଳ ସଭା ନେତ୍ରୀ ଅଳଙ୍କା ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ବ୍ଲକ ପ୍ରୋଜେକ୍ଟ କୋଡିନେଟର ସଂଜୀବ ଜେନା ଙ୍କ ଦୁର୍ନୀତି ର ଗୁମର ଖୁଲିଛନ୍ତି । ଶ୍ରୀମତୀ ମହାପାତ୍ର ଅଭିଯୋଗ ଆଣିଥିଲେ କି, ତାଙ୍କ ଗ୍ରୁପ ଧାନ ମଣ୍ଡି ଆଣି ଧାନ କିଣି ଥିଲା, କିଛି ମାସ ହେଲା ଶକ୍ତି କାଫେ ଚଳାଇଛନ୍ତି । ଧାନ ମଣ୍ଡି ରୁ ମିଳିଥିବା ଲାଭ ରୁ ବି ପି ସି ଶ୍ରୀ ଜେନାଙ୍କୁ ୨୫ ହଜାର ପି ସି ଦେଇଥିଲେ, ଲେବର,ଗ୍ରୁପ ବୁଲାବୁଲି ରେ ବି ଖର୍ଚ୍ଚ କରିଛନ୍ତି । ଏହି ସମ୍ମିଳନୀ ରେ ଆହୁରି ସଂଗୀନ ଅଭିଯୋଗ ଆଣିଛନ୍ତି କି, ବି ପି ସି ଶ୍ରୀ ଜେନା ଦୀର୍ଘ ୫ବର୍ଷ ଧରି ଛତ୍ର ଛାୟା ତଳେ ରହି ଏସ ଏଚ ଜି ଙ୍କ ଦ୍ୱାରା ପରିଚାଳିତ ସମସ୍ତ ମଣ୍ଡି ରୁ ପି ସି, ଏମ. ବି କେ. ସି. ଆର. ପି. ନିଯୁକ୍ତି ବେଳେ ମୋଟା ଅଙ୍କ ର ଲାଞ୍ଚ ନେଇ ନିଯୁକ୍ତି ଦିଅନ୍ତି ।

ମହିଳା ଏସ ଏଚ ଜି ଗ୍ରୁପ କୁ ଋଣ ପ୍ରଦାନ ବେଳେ ପ୍ରତି ଲକ୍ଷେ ଟଙ୍କାରେ ଦୁଇ ହଜାର ଲାଞ୍ଚ ନେବା , ଏମବିକେ, ସି ଆର ପି,କୃଷି ମିତ୍ର,ପ୍ରାଣୀ ମିତ୍ର, ନିଯୁକ୍ତି ରେ ଅର୍ଥ କାରବାର କରିଛନ୍ତି ।ଏହା ସହ କୁକୁଡ଼ା ଚାଷ, ବତକ ଚାଷ , ଛେଳି ଚାଷ ,ଭଳି ଅନେକ ଋଣ ପ୍ରଦାନ ବେଳେ ବ୍ୟାପକ ଲାଞ୍ଚ କାରବାର ରେ ଜଡିତ ଥିବା ସଭାନେତ୍ରୀ କହିଛନ୍ତି । ଅନ୍ୟପଟେ ଏସମସ୍ତ ଘଟଣାକୁ ଖଣ୍ଡନ କରିଥିଲେ ଶ୍ରୀ ଜେନା । ଏହା ସମ୍ପୂର୍ଣ୍ଣ ମିଥ୍ୟା ଖବର କହି ଏଡାଇ ଚାଲି ଯାଇଥିଲେ । ପୁନର୍ବାର ପଚାରିବାରୁ ସାମ୍ବାଦିକ ସବୁ ଲାଞ୍ଚୁଆ କହି ଦୁର୍ବ୍ୟବହାର କରିଥିଲେ । ଅନ୍ୟ ପକ୍ଷରେ ମହିଳା ମଣ୍ଡଳ ସଭା ନେତ୍ରୀ ଅଳଙ୍କା ମହାପାତ୍ର ଙ୍କ ବିରୁଦ୍ଧ ରେ ତାଙ୍କ ସଙ୍ଘ ର ଅନ୍ୟ ସଦସ୍ୟ ପାଲଟା ଅଭିଯୋଗ ଆଣିଛନ୍ତି କି, ଶକ୍ତି କାଫେ ର ଆୟ ବ୍ୟୟ ହିସାବ ସଭା ନେତ୍ରୀ ନ ଦେଇ ସବୁ ହେରଫେର କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *