Pratidin TV

Odisha's Digital News Platform

ପୃଥିବୀ ଛାଡି ସୂର୍ଯ୍ୟକୁ ଗଲା ଆଦିତ୍ୟ L1; ଆଗକୁ ମିଳିବ ଆହୁରି ତଥ୍ୟ

1 min read

ହାଇଦ୍ରାବାଦ: ଆଉ ପାଦେ ଆଗକୁ ବଢିଲା ଭାରତ । ସୂର୍ଯ୍ୟ ମିଶନର ବାଜି ମାରିବା ଲକ୍ଷ୍ୟରେ ଗୋଟେ ପରେ ଗୋଟେ ପାହାଚ ଚଢି ଚାଲିଛି । ପୃଥିବୀରକକ୍ଷ ପଥ ଛାଡି L1 ପଏଣ୍ଟ ଅଭିମୁଖେ ବାହାରିଲା ମିଶନ ଆଦିତ୍ୟ । ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୁରରେ ରହିଛି ଏହା । ସଫଳତାର ସହ ପଞ୍ଚମ କକ୍ଷପଥ ପରିବର୍ତ୍ତନ କରିଛି । ପୃଥିବୀ ଓ ସୂର୍ଯ୍ୟ ମଝିରେ ରହିଛି ଏହି ଲାଗ୍ରାଞ୍ଜ ପଏଣ୍ଟ । ଗତରାତି ପ୍ରାୟ ୨ଟା ବେଳେ ଇସ୍ରୋ ପକ୍ଷରୁ ସଫଳତାର ସହ ଏହାକୁ ଅଲଗା କରାଯାଇଛି । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସୂର୍ଯ୍ୟ ମିଶନର କାର୍ଯ୍ୟ ଆରମ୍ଭ ହୋଇ ଯାଇଛି ।

ପ୍ରଥମ ଲାଗ୍ରେଞ୍ଜ ପଏଣ୍ଟକୁ ଯାତ୍ରା କରିବା ପୂର୍ବରୁ ମହାକାଶରେ ବୈଜ୍ଞାନିକ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛି ଆଦିତ୍ୟ L1। ଇସ୍ରୋ ସୁପ୍ରା ଥର୍ମାଲ୍ ଆଣ୍ଡ୍ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର ସିଷ୍ଟମକୁ ସକ୍ରିୟ କରି ଏହାର ତଥ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛି । ଇସ୍ରୋ ପକ୍ଷରୁ ପୋଷ୍ଟ କରାଯାଇ ଏହି ସୂଚନା ଦିଆଯାଇଛି । ଲାଗ୍ରାଞ୍ଜିଆନ୍ ପଏଣ୍ଟ ଚାରିପଟରେ ଏକ ହାଲୋ କକ୍ଷପଥରେ ମହିକାଶଯାନକୁ ଅବସ୍ଥାପିତ କରାଯିବ । ଆଦିତ୍ୟ ଖ୧ ମହାକାଶଯାନ ସୂର୍ଯ୍ୟ ଉପରେ ଅଧିକ ଅଧ୍ୟୟନ କରିବ । ଏଥିରେ ରହିଛି ୭ଟି ଭିନ୍ନ ଭିନ୍ନ ପେଲୋଡ୍ । ୪ଟି ସୂର୍ଯ୍ୟଙ୍କ ଆଲୋକକୁ ଦେଖିବ ଓ ୩ଟି ପେଲୋଡ୍ ପ୍ଲାଜମା ଓ ଚୁମ୍ବକୀୟ କ୍ଷେତ୍ରର ପରିମାପ କରିବ ।

Advertisement

Leave a Reply

Your email address will not be published. Required fields are marked *