ସ୍ତ୍ରୀ ଅଲଗା ହେଲା,ରାଗରେ ଶଳାକୁ ଛୁରାମାଡ କଲା ଭିଣୋଇ…
1 min read
କେନ୍ଦ୍ରପଡା: ଭିଣୋଇର ଛୁରା ମାଡରେ ଆହାତ ହେଲେ ଶଳା। ପୂର୍ବ ଶତ୍ରୁତାକୁ କ୍ରେନ୍ଦ୍ର କରି ଶଳାକୁ ଛୁରୀରେ ଆକ୍ରମଣ କଲା ଭିଣୋଇ । ଆହାତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରଯାଇଛି । ଅନ୍ୟପଟେ ଛୁରାମାଡ କରିଥିବା ଭିଣୋଇ କୁ ଗିରଫ କରିଛି ପୋଲିସ । ତେବେ କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ବରକୋଳିଖୋଳା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ କାଣ୍ଡ । ଆଉ ଛୁରାମାଡ କରିଥିବା ଭିଣୋଇ ଜଣକ ହେଉଛି ବଡପାଳ ଗ୍ରାମର ବାସୁଦେବ ବେରା । ତେବେ ଭିଣୋଇ ବାସୁଦେବଙ୍କ ଛୁରାମାଡରେ ଆହାତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାମ ମଣ୍ଡଳ ।
ସୂଚନା ମୁତାବକ ଶଳା ରାମ ମଣ୍ଡଳ ମା ମନସା ପୂଜାକୁ ବୁଲିବାକୁ ଯାଇଥିଲେ ପୂଜା ଦେଖି ଫେରିବା ବାଟରେ ଯୋଜନା ମୁତାବକ ଛକି ରହିଥିଲେ ଭିଣୋଇ ବାସୁଦେବ । ଆଉ ରାମ ମଣ୍ଡଳଙ୍କୁ ଆଖି ଆଗରେ ପାଇ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ । କୁହାଯାଇଛି ଯେ ପୂର୍ବରୁ ବାସୁଦେବ ବେରା ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ମାମଲା ହୋଇଥିଲା । ଯାହା କୋର୍ଟରେ ବିଚାରଧୀନ ଭାବେ ରହିଥିଲା । ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ଦୀର୍ଘଦିନରୁ ବିବାଦ ଲାଗି ରହିଥିଲା । ତେବେ ସେହି ରାଗରେ ବାସୁଦେବ ତାଙ୍କ ଶଳା ରାମଙ୍କୁ ଛୁରାମାଡ କରିଥିବା କୁହାଯାଇଛି । ସୈାଭାଗ୍ୟବଶତଃ ଆକ୍ରମଣରେ ଶୀକାର ହୋଇଥିବା ଯୁବକଙ୍କର ଜୀବନ ବଞ୍ଚଯାଇଛି । ଛୁରାମାଡରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଭାବେ ଆଘାତ ଲାଗିଥିବା ବେଳେ ଗ୍ରାମବାସୀ ମାନେ ରାମ ମଣ୍ଡଳକୁ ଉଦ୍ଧାର କରି ବତୀଘର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେପଟେ ଭିଣୋଇ ବାସୁଦେବ ଛୁରାମାଡକରି ଘଟଣା ସ୍ଥଳରୁ ଖସିଯାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ପରେ ଆହାତ ବ୍ୟକ୍ତିଙ୍କ ମା ନୟତି ମଣ୍ଡଳ ଏନେଇ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ । ପରେ ପୁଲିସ ଏକ ମାମଲା ରୁଜୁ କରି ବାସୁଦେବ ବେରାକୁ ଗିରଫ କରିବା ସହ ତଦନ୍ତ ଚଳାଇଥିବା ଜଣାପଡିଛି ।