Pratidin TV

Odisha's Digital News Platform

କାନାଡା କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ଭାରତର ନିର୍ଦ୍ଦେଶ…

1 min read

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ଶିଖ ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ବଢିଚାଲିଛି ବିବାଦି । ଏହି ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରି କାନାଡାର ଜଣେ ବୈଦେଶିକ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାର କିଛି ଘଣ୍ଟା ପରେ ଭାରତ ମଧ୍ୟ ଏହାର ପାଲଟା ଜବାବ ଦେଇଛି । ଭାରତରେ କାନାଡାର ହାଇ କମିଶନର ଥିବା କାମେରୁନ ମ୍ୟାକେଙ୍କୁ କିଛି ୫ ଦିନ ମଧ୍ୟରେ ଦେଶ ଭାରତ ଛାଡିବାକୁ ନିଦ୍ଦେର୍ଶ ଦିଆଯାଇଛି ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ତେବେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରର ମୃତ୍ୟୁରେ ଭାରତର ଭୁମିକାକୁ ଖଣ୍ଡନ କରିଛି ଦେଶ । ଭାରତ ବିରୋଧରେ ଏଭଳି ଅଭିଯୋଗ ସଂପୂର୍ଣ୍ଣ ଭୁଲ ଏବଂ ଏହା କେବଳ ଖାଲିସ୍ତାନୀ ଆତଙ୍କବାଦୀ କାର୍ଯ୍ୟକଳାପରୁ ଧ୍ୟାନ ହଟାଇବା ପାଇଁ ଏକ ପ୍ରୟାସ ବୋଲି ଭାରତ କହିଛି ।


ତେବେ ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଆମର ଅଭ୍ୟନ୍ତରୀଣ ପ୍ରସଙ୍ଗରେ କାନାଡାର କୂଟନିତୀଜ୍ଞ ମାନେ ହସ୍ତକ୍ଷେପ କରୁଛନ୍ତି । ଏଥିସହ ଭାରତ ବିରୋଧି କାର୍ଯ୍ୟକଳାପରେ ମଧ୍ୟ ସେମାନଙ୍କ ସମ୍ପୃକ୍ତି ରହିଛି ବୋଲି । ଯେଉଁଥିପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଭାରତ ଛାଡିବକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବାରୁ ବାଣିଜ୍ୟ କଥାବାର୍ତ୍ତା ବିଫଳ ହୋଇଛି । ଏବଂ କାନାଡା ଭାରତକୁ ଏକ ବାଣିଜ୍ୟ ମିଶନକୁ ବାତିଲ କରିଦେଇଛି ଯାହା ଚଳିତ ବର୍ଷ ଶେଷରେ ଯୋଜନା କରାଯାଇଥିଲା ।
.

Advertisement

Leave a Reply

Your email address will not be published. Required fields are marked *