Pratidin TV

Odisha's Digital News Platform

ନିଜର ସାହସୀକତା ପାଇଁ ରାଜ୍ୟପାଳଙ୍କ ଦ୍ୱାରା ରାଷ୍ଟ୍ରପତି ପଦକ ପାଇଲେ ଏସ ଓ ଜି କମାଣ୍ଡୋ ଅରବିନ୍ଦ ସାହୁ…

1 min read


ଢେଙ୍କାନାଳ: ୫ନକ୍ସଲକୁ ନିପାତ କରିଥିବା ଯବାନ ଅରବିନ୍ଦ ସାହୁଙ୍କୁ ମିଳିଲା ରାଷ୍ଟ୍ରପତି ସମ୍ମାନ । ନିଜର ସାହାସୀକତା ପାଇଁ ରାଜ୍ୟପାଳଙ୍କ ଠାରୁ ରାଷ୍ଟ୍ରପତି ପଦକ ପାଇଲେ ଏସ ଓ ଜି କମାଣ୍ଡୋ ଅରବିନ୍ଦ ସାହୁ । ଢେଙ୍କାନାଳ ଜିଲ୍ଲା ଭୁବନର ଅଞ୍ଚଳର ଅରବିନ୍ଦ ସାହୁ ହେଉଛନ୍ତି ମାତା ରମାରାଣୀ ଓ ପିତା ନିରଞ୍ଜନଙ୍କର ଏକମାତ୍ର ପୁଅ । ଅରବିନ୍ଦ ପିଲାଟି ଦିନରୁ ଦେଶ ମାତୃକାର ସେବା ପାଇଁ ମନ ବଳାଇଥିଲେ । ଆଉ ୨୦୧୩ ମସିହାରେ ତାଙ୍କର ସ୍ୱପ୍ନ ପୁରଣ ହୋଇଥିଲା । ପରେ ସେ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନରେ କମାଣ୍ଡୋ ଭାବେ ଯୋଗ ଦେଇଥିଲେ । ତେବେ ୨୦୧୯ ମସିହାରେ ସ୍ପେସାଲ ଅପରେସନ ଗ୍ରୁପରେ କୋରାପୁଟ ଯାଇଥିବା ସମୟରେ ସେଠାରେ ୫ଜଣ ନକ୍ସଲକୁ ନିହତ କରି ଥିିଲେ । ତେବେ ୨୦୨୧ ମସିହାରେ ରାଷ୍ଟ୍ରପତିଙ୍କ ଠାରୁ ସାହସୀକତା ପଦବୀ ପାଇବା ପାଇଁ ତାଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା । ତେବେ ଶନିବାର ସଂନ୍ଧ୍ୟାରେ ଭୁବନେଶ୍ୱର ଲୋକସଭା ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ ପଦକପ୍ରଦାନ ଉତ୍ସବରେ ରାଜ୍ୟପାଳଙ୍କ ଦ୍ୱାରା ଅରବିନ୍ଦଙ୍କୁ ଏହି ସାହସିକତା ମେଡଲ ମିଳିଥିଲା । ଫଳରେ ଏହାକୁ ନେଇ ବାଜିରାଉତ ମାଟି ଭୁବନ ଗର୍ବ ଅନୁଭବ କରିଛି ।

Advertisement

Leave a Reply

Your email address will not be published. Required fields are marked *