Pratidin TV

Odisha's Digital News Platform

ଫିଟ୍ ରହିବା ସହିତ ନିଜର ପେଟ କମାନ୍ତୁ: ଆପଣାନ୍ତୁ ଏହି ସବୁ ସାଧାରଣ ଟିପ୍ସ

1 min read

Exercise at home

ଫିଟନେସ୍ ରହିବା ପାଇଁ କିଏ ବା ନଚାହେଁ। ମାତ୍ର ବ୍ୟସ୍ତ ବହୁଳ ଜୀବନ ଭିତରେ କାହାରି ପାଖରେ ସମୟ ନାହିଁ ନିଜ ପେଟ କଥା ଚିନ୍ତା କରିବାକୁ। ଖାସ୍ କରି ମୋଟାପଣ ଜୀବନରେ ଏକ ବଡ଼ ସମସ୍ୟା ପାଲଟିଯାଇଛି। ମୋଟାପଣ ଅର୍ଥାତ୍ ପେଟରେ ଚର୍ବି ଜମିବା ଆଜିକାଲି ପିଢ଼ିଙ୍କ ପାଇଁ ଏକ ସାଧାରଣ କଥା ହୋଇଯାଇଛି। ପେଟ ବଢ଼ି ଗଲେ ସମ୍ପୁର୍ଣ୍ଣ ଶରୀରର ଆକର୍ଷଣ କମିଯାଏ। ଏହି ସମସ୍ୟା ଉଭୟ ପୁରୁଷ ଏବଂ ନାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି।

ବହୁତ ଲୋକ ଏମିତି ବି ଅଛନ୍ତି ଶରୀର ଠିକ୍ ଥାଏ, ମାତ୍ର ପେଟ ବଡ଼ ହେତୁ ମୋଟା ଦିଶନ୍ତି। ଏପରି ସମସ୍ୟାର ସମାଧାନ ବି ଆମ ନିକଟରେ ଅଛି। କେବଳ ଆପଣ କୌଶଳ ଶିଖିଗଲେ ଘରେ ରହି ନିଜ ପେଟର ଚର୍ବି ଖସାଇ ପାରିବେ। ତେବେ, ଚାଲନ୍ତୁ ଜାଣିବା ପେଟ କମାଇବା ପାଇଁ କେଉଁ ଧରଣର ମାଲିସ୍ କରିବାକୁ ହେବ।

Advertisement

ଉପରକୁ ମୁହଁ କରି ଶୋଇ ରହନ୍ତୁ। ତା’ପରେ ନିଜର ଦୁଇ ପାପୁଲିକୁ ଘସି ଘସି ଗରମ କରନ୍ତୁ। ସେହି ଗରମ ପାପୁଲିକୁ ନିଜ ପେଟର ଅଗ୍ର ଭାଗରେ ରଖନ୍ତୁ। ଧୀରେ ଧୀରେ ପେଟରେ ହାତକୁ ବୁଲାଇବା ଆରମ୍ଭ କରନ୍ତୁ। ପେଟରେ ଧୀରେ ଧୀରେ ଚାପ ପକାନ୍ତୁ। ଏହିପରି ପ୍ରାୟ ୪ ରୁ ୫୦ ଥର କିମ୍ବା ୨ ମିନିଟ୍ ଧରି କରନ୍ତୁ। ଏଭଳି ନିୟମିତ କଲେ ପେଟର ଚର୍ବି କମିବାରେ ଲାଗିବ। କେବଳ ସେତିକି ନୁହେଁ, ପୁରୁଷ ହେଉ କି ମହିଳା ସ୍ଲିମ୍ ରହିବା ଦ୍ବାରା ରୋଗମୁକ୍ତ ହେବା ସହିତ ଥକ୍କାପଣ ମଧ୍ୟ ଦୂରେଇ ଯିବ।

Leave a Reply

Your email address will not be published. Required fields are marked *