Pratidin TV

Odisha's Digital News Platform

କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ : ତୀବ୍ରତା ୩.୫ ରେକର୍ଡ

1 min read

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଓ ନବରଙ୍ଗପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୫ ରେକର୍ଡ ହୋଇଛି । ପୂର୍ବାହ୍ମ ୧୧ଟା ୨୯ ମିନିଟରେ ଭୂମିକମ୍ପ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି କଳାହାଣ୍ଡି । ଭୂମିକମ୍ପର ଗଭୀରତା ୯ କିମି ରହିଥିବା ସୂଚନା ମିଳିଛି ।

Advertisement

ତେବେ ଆଜି ସକାଳ୧୧ ଟା ୨୯ରେ ୪ଟି ବ୍ଲକରେ ମୃଦୁ ଭୂମିକମ୍ପ ହୋଇଛି । ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଓ ଡାବୁଗାଁ ବ୍ଲକରେ ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ବାହାରି ଆସିଥିଲେ।

Leave a Reply

Your email address will not be published. Required fields are marked *