Pratidin TV

Odisha's Digital News Platform

ଶୌଚ ଯାଇ ଦନ୍ତା ହାବୁଡରେ ପଡିଗଲେ ବ୍ୟକ୍ତି, ଚାଲିଗଲା ଜୀବନ; ଆନ୍ଦୋଳନ କଲେ ଲୋକେ

1 min read

ଅନୁଗୋଳ: ଥମୁନି ହାତୀ ପଲଙ୍କ ଉପଦ୍ରବ । ଗାଁରେ ପଶି ଘର ଭାଙ୍ଗିବା ସହ ଖାଦ୍ୟ ଶସ୍ୟ ସବୁ ନଷ୍ଟ କରି ଦେଉଛନ୍ତି ଦନ୍ତା । ତାସହ ନିରୀହ ଜୀବନ ମଧ୍ୟ ନେଇ ଚାଲିଛନ୍ତି । ପୁଣି ହତୀ ନେଲା ଆଉ ଏକ ଜୀବନ । ବ୍ୟକ୍ତଙ୍କୁ ଶୌଚ ଯିବା ହେଲା କାଳ । ଟେକି କଚାଡି ମାରିଲା ଦନ୍ତା । ଅନୁଗୋଳ ଜିଲ୍ଲାର ବସଲା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ ହୋଇଛି । ସୂଚନା ଯେ, ବସଲା ଗ୍ରାମର ଭାବ ଜେନା ସକାଳ ସମୟରେ ଶୌଚ ହେବାକୁ ଯାଇଥିଲେ । ଠିକ ଏତିକି ବେଳେ ବେଳେ ହାତୀ ତାଙ୍କୁ ଉପରକୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଏନେି ପରିବାର ଲୋକେ ଏବଂ ଗ୍ରାମବାସୀଙ୍କୁ ଖବର ମିଳିଥିଲା ।

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳେକୁ ଭାବ କର ଜୀବନ ଚାଲି ଯାଇଥିଲା । ବାରମ୍ବାର ହାତୀ ଆକ୍ରମଣରେ ଜୀବନ୍ ଯାଉଥିବାରୁ ଗ୍ରାମବାସୀ ପୁରୁଣା କଟକ ସମ୍ବଲପୁର ଜାତୀୟ ରାଜପଥ ତଥା ବେଡା ବସଲା ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଯାହା ଫଳରେ ଫଳରେ ଗାଡି ମଟର ଅଟକି ରହିଛି । ତେବେ ଏହା କୌଣସି ପ୍ରଥମ ଘଟଣା ନୁହେଁ ।ପୂର୍ବରୁ ଅନେକ ଥର ଏଭଳି ଗଟଣା ଘଟୁଛି । କେତେବେଳେ ହାତୀଙ୍କ ଶିକାରରେ ମଣିଷଙ୍କ ଜୀବନ ଯାଉଛି ତ କେତେବେଳେ ମଣିଷଙ୍କ ଶିକାର ହେଉଛନ୍ତି ଦନ୍ତା । ବନ ବିଭାଗର ଖାମ ଖିଆଲି ଯୋଗୁଁ ଏଭଳି ଘଟଣା ଘଟୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *