Pratidin TV

Odisha's Digital News Platform

ନିଶାମୁକ୍ତ ଗାଁ ଗଠନ ପାଇଁ ଅଣ୍ଟା ଭିଡିଲେ SHG ମହିଳା …

1 min read

କେନ୍ଦୁଝର ; ଘସିପୁରା ବ୍ଲକ ମଦନପୁର ପଞ୍ଚାୟତ ଖଡିକାଶୁଳବାହାଳୀ ଗ୍ରାମକୁ ନିଶାମୁକ୍ତ କରିବା ପାଇଁ ମହିଳାମାନେ ଆଜି ଅଣ୍ଟା ଭିଡ଼ି ଫ୍ଲାକକାର୍ଡ ଧରି ପ୍ରଚାର କରିଛନ୍ତି। ଏଥିପାଇଁ ମହିଳାଙ୍କ ପକ୍ଷରୁ ଜନସଚେତନତା ଅଭିଯାନ ଆରମ୍ଭ ହୋଇଛି ।ମଙ୍ଗଳବାର ଅପରାହ୍ନରେ ଗାଁର ଶତାଧିକ ମହିଳା ଝାଡ଼ୁ, ଠେଙ୍ଗା ଓ ପ୍ଲାକାର୍ଡ ଧରି ମଦ ବିରୋଧି ନାରା ଦେଇ ସାହି ସାହି ବୁଲି ପଦଯାତ୍ରା କରିବା ସହ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଜରିଆରେ ଚୋରା ମଦ ବେପାରୀ ଓ ମଦ୍ୟପଙ୍କୁ କଡା ଚେତାବନୀ ଦେଇଥିଲେ।

ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତି ବିଶେଷ ୨୪ ଘଣ୍ଟା ଭିତରେ ସେମାନଙ୍କ ବେପାର ବନ୍ଦ କରିବାକୁ ତାଗିଦ କରିଥିଲେ। ଏହି ପଦଯାତ୍ରାରେ ଗ୍ରାମର ଜୟ ମା ଲକ୍ଷ୍ମୀ ,ସାଇବାବା,ମା’ ମଙ୍ଗଳା,ବିଶ୍ବଶତ ନାରାୟଣ,ବିଶ୍ବ ତାରିଣୀ,ବନଦୂର୍ଗା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ନେତୃତ୍ବରେ ଶତାଧିକ ମହିଳା ସାମିଲ ହୋଇଥିଲେ।ପଦଯାତ୍ରାକୁ ସମର୍ଥନ କରି ଗ୍ରାମର ସମସ୍ତ ଜନସାଧାରଣ ଗାଁ ମଣ୍ତପ ନିକଟରେ ଏକତ୍ରୀତ ହୋଇ ଗାଁକୁ ନିଶାମୁକ୍ତ ଗାଁ ଘୋଷଣା କରିବା ସହ ଦଳମତ ନିର୍ବିଶେଷରେ ଅକୁଣ୍ଠ ଚିତ୍ତରେ ସମସ୍ତେ ସମର୍ଥନ ଜଣାଇ ସାମୂହିକ ଶପଥ ନେଇଛନ୍ତି ।

Advertisement

ଯଦି ଏଭଳି ଚେତାବନି ସତ୍ୱେ ଗାଁର ମଦୁଆ ଓ ବେପାରୀ ନିଜ କଳାକାଣ୍ଡ ବନ୍ଦ ନକରନ୍ତି ତେବେ ମହିଳା ମାନେ ଘର ଘର ବୁଲି ମଦ ବୋତଲ ଖୋଜି ଭାଙ୍ଗିବେ ଏବଂ ତା ସହ ଆନ୍ଦୋଳନ ଆହୁରୀ ଆଗକୁ ଯିବ ବୋଲି କହିଛନ୍ତି । କାରଣ ଉକତ୍ ଗ୍ରାମରେ ଦିନ ଦିପହର ମଧ୍ୟ ଚେ।ରା ମଦ ବିକ୍ରି ସହ ମଦୁଆଙ୍କ ଆତଙ୍କ ବଢିବାରେ ଲାଗିଛି । ସେମାନଙ୍କ ଅଶ୍ଲୀଳ ବ୍ୟବହାରକୁ ସହିପାରୁନାହାନ୍ତି ଗାଁର ଝିଅ ବୋହୂମାନେ । ଗାଁ ଦାଣ୍ଡରେ ସବୁବେଳେ ଅଶ୍ଲୀଳ ଭାଷା ବ୍ୟବହାର ସହ ଝିଅ ବୋହୂଙ୍କୁ ଖରାପ୍ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି ମଦୁଆ । ଏନେଇ ଆଜି ଏଭଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗାଁର ମହିଳ ।

Leave a Reply

Your email address will not be published. Required fields are marked *