Pratidin TV

Odisha's Digital News Platform

ହୋଟେଲରେ ଦେହ ବେପାର ଚାଲିଥିବା ବେଳେ ଚଢାଉ କଲା ପୋଲିସ, ଭିତର ଦୃଶ୍ୟ ଦେଖି ହେଲା ଆଶ୍ଚର୍ଯ୍ୟ..

1 min read


ବିହାର: ପାଟଣାରୁ ଠାବ ହେଲା ସେକ୍ସ ର‌୍ୟାକେଟ । ଆଜି ପାଟଣାର ବିହାଟା ପୋଲିସ ଏହି ସେକ୍ସ ର‌୍ୟାକେଟ କୁ ଠାବ କରିଛି । ବିହାଟା ପୋଲିସ ଷ୍ଟେସନ ଠାରୁ ମାତ୍ର ଅଳ୍ପ ଦୂରରେ ଏହି କାରବାର ଜାରୀ ରହିଥିବା ବେଳେ ପୋଲିସ ଏହା ଉପରେ ଚଢାଉ କରିଛି । ତେବେ ପୋଲିସ ଡୋମୁନିଆ ବ୍ରିଜ ନିକଟରେ ଥିବା ପ୍ରିନ୍ସ ନାମକ ଏକ ହୋଟେଲ ଉପରେ ଚଢାଉ କରିଥିଲା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଗୁପ୍ତ ଭାବରେ ପୋଲିସ ଖବର ପାଇ ଚଢାଉ କରିଥିବା ବେଳେ ଆପତ୍ତିଜନକ ଅବସ୍ଥାରେ ଯୁବକ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଏବଂ ସେମାନଙ୍କ ଠାରୁ ଅନେକ ଆପତ୍ତିଜଣକ ଜିନିଷ ସହ ଏକ ବାଇକ ମଧ୍ୟ ପୋଲିସ ଜବତ କରିଥିଲା ।


ତେବେ ଏହି ଘଟଣା ବିଷୟରେ ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବଂ ବିହଟା ପୋଲିସ ଷ୍ଟେସନ ଠାରୁ ମାତ୍ର କିଛି ଦୂରତା ବ୍ୟବଧାନରେ ଦୀର୍ଘଦୀନ ଧରି ଦେହ ବେପାର ହୋଇଆସୁଥିବା ଶୁଣି ସେମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ । ତେବେ ଗ୍ରାହକ ମାନଙ୍କ ଚାହିଦା ଅନୁଯାୟୀ ଅଧିକ ମୂଲ୍ୟରେ ଝିଅ ମାନଙ୍କୁ ସେମାନଙ୍କ ପାଖକୁ ପଠା ଯାଉଥିଲା । ବିହଟା ରେ ଏହା ପ୍ରଥମ ଘଟଣା ନୁହେଁ କାରଣ ପୂର୍ବରୁ ମଧ୍ୟ ପୋଲିସ ଷ୍ଟେସନରୁ କିଛି ଦୂରରେ ଏକ ଘରେ ଦେହ ବେପାର କାରବାର ଚାଲିଥିଲା । ଏହି ମାମଲାରେ ପୋଲିସ ଚଢାଉ କରି ଏହି ଅପରାଧରେ ମୁଖ୍ୟ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଏହି କାର୍ଯ୍ୟରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତି ମାନଙ୍କୁ ମଧ୍ୟ ପୋଲିସ ହାଜତକୁ ପଠାଇଥିଲା । ଏହି ଘଟଣାରେ ର କିଛି ଦିନ ମଧ୍ୟରେ ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ପୋଲିସର ପଚରା ଉଚରା ଜାରି ରହିଛି । ଏହି ଘଟଣାକୁ ନିଶ୍ଚିତ କରି ପୋଲିସ୍ ଷ୍ଟେସନ୍ ଇନ୍‌-ଇନ୍ କମ ଟ୍ରେନିଂ ଡିଏସପି କହିଛନ୍ତି ଯେ ଏକ ବିହାରର ପ୍ରିନ୍ସ ନାମକ ଏକ ହୋଟେଲରେ ଚଢାଉ କରାଯାଇଥିଲା । ଏହି ଅବଧି ମଧ୍ୟରେ, ଆପତ୍ତିଜନକ ପରିସ୍ଥିତିରେ ଅନେକ ଲୋକଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସମସ୍ତ ଲୋକଙ୍କୁ ପଚରାଉଚରା କରାଯାଉଛି ଏବଂ ଘଟଣାର ତଦନ୍ତ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *