Pratidin TV

Odisha's Digital News Platform

ଆଜି ପଶ୍ଚିମ ଓଡିଶାକୁ ପ୍ରବଳ ବର୍ଷା ; ଏହି ସବୁ ଜିଲ୍ଲା ଜାରି ହେଲା ଅରେଞ୍ଜ ୱାଣିଂ….

1 min read

ଭୁବନେଶ୍ୱର ; ସାରା ରାଜ୍ୟରେ ହନ୍ତସନ୍ତ କରୁଛି ବର୍ଷା । ଲଘୁଚାପ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଦେଖାଦେଇଛି । ଆଜି ପଶ୍ଚିମ ଓଡିଶାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଏନେଇ ୭ଟି ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହୋଇଛି ଅରେଞ୍ଜ ୱାଣିଂ ତା ସହ ୯ ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାଣିଂ ଜାରି ହୋଇଛି ।

ଅରେଞ୍ଜ ୱାଣିଂ ଜାରି କରାଯାଇଥିବା ଜିଲ୍ଲା – ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଏବଂ ସୁନ୍ଦରଗଡ଼ ।

ୟେଲୋ ୱାଣିଂ ଜାରି କରାଯାଇଥିବା ଜିଲ୍ଲା- ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୋଳ, କେନ୍ଦୁଝର ଏବଂ ମୟୂରଭଂଜ ।

Leave a Reply

Your email address will not be published. Required fields are marked *