Pratidin TV

Odisha's Digital News Platform

ଡ୍ରେସ କୋର୍ଡ ନେଇ ଏହି ଦେଶ ନେଲା ଏଭଳି ନିଷ୍ପତ୍ତି;ନିୟମ ଭାଙ୍ଗିଲେ ମିଳିବ ଭୟଙ୍କର ଦଣ୍ଡ

1 min read

ଇରାନ: ଏଣିକି ମହିଳା ମାନେ ପିନ୍ଧି ପାରିବେନି ଆଉ କୌଣସି ଟାଇଟ ଡ୍ରେସ । ସେମାନଙ୍କ ପାଇଁ କଡା ହେଲା ଡ୍ରେସ କୋର୍ଡ । ଟାଇଟ ଡ୍ରେସ ପିନ୍ଧିଲେ ମିଳିବ ଭୟଙ୍କର ଦଣ୍ଡ । ନିୟମ ମାନିବାକୁ ବାଧ୍ୟତା ମୂଳକ କରାଯାଇଛି । ଆଉ ଯଦି ଯିଏ ନିୟମ ନ ମାନେ ତେବେ କଡା କାର୍ଯ୍ୟାନୁଷ୍ଠାନ ନେବ ସରକାର । ତେବେ ଏହା ଭାରତରେ ନୁହେଁ ଇରାନ ଭଳି ସହରରେ ଲାଗୁ ହୋଇଛି । କେବଳ ମହିଳା ନୁହଁ ଏଥିରେ ପୁରୁଷ ମାନେ ସାମିଲ ଅଛନ୍ତି । ଉଭୟଙ୍କ ଡ୍ରେସ କୋର୍ଡକୁ ନେଇ ଏବେ ଇରାନରେ ଶକ୍ତ ହେବାକୁ ଯାଉଛି ନିୟମ । ମିଳିଥିବା ସୂଚନା ଅନୁସାରେ ଇରାନର ସଂସଦ ମହିଳାଙ୍କ ଡ୍ରେସ କୋର୍ଡକୁ ନେଇ ଏକ ବିଲ ତାଙ୍କ ଗୃହରେ ପାସ କରାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ମହିଳାଙ୍କ ଡ୍ରେସ ପିନ୍ଧିବାକୁ ନେଇ କଡା ନିୟମ ଲାଗୁ ହେବ । ଯଦି ମହିଳାମାନେ ଟାଇଟ ପୋଷାକ ପିନ୍ଧିବେ ତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ ପୁଣି ଏମିତି ସେମିତି ଦଣ୍ଡ ନୁହେଁ । ନିୟମ ନମାନିଲେ ସେମାନଙ୍କୁ ହେବ ୧୦ ବର୍ଷ ଜେଲ ଦଣ୍ଡ । ଅନ୍ୟପଟେ ମହିଳାମାନେ ହିଜାବ ପିନ୍ଧିବା ପାଇଁ ମଧ୍ୟ ବାଧ୍ୟ ଥିବା ବିଲରେ ଉଲ୍ଲେଖ ହୋଇଛି ।

ଇରାନ ସଂସଦରେ ଏହି ବିଲକୁ ପାସ କରାଯାଇଛି । ଏହାକୁ ବର୍ତ୍ତମାନ ଗାର୍ଡିୟନ କାଉନସିଲ ପାଖକୁ ପଠାଯିବ । ଯାହାର ଅନୁମୋଦନ ପରେ ଏହି ବିଲଟି ଆଇନରେ ପରିଣତ ହେବ । ଦୀର୍ଘ ଦିନ ହେଲା ଡ୍ରେସ କୋର୍ଡକୁ ନେଇ ଇରାନରେ ବିବାଦ ଲାଗି ରହିଥିଲା । ମହିଳାମାନଙ୍କ ପାଇଁ ଏହି ଡ୍ରେସ କୋର୍ଡ ନିୟମକୁ ସ୍ପେଶାଲି ଲାଗୁ ହୋଇଥିବା ବେଳେ ଏହାକୁ ସେଠାକାର ମହିଳାମାନେ ବିରୋଧ କରୁଛନ୍ତି । ତେବେ କେବଳ ମହିଳା ନୁହନ୍ତି ପୁରୁଷଙ୍କପାଇଁ ମଧ୍ୟ ନିୟମ ଆସିବ ବୋଲି ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *