Pratidin TV

Odisha's Digital News Platform

ଏହି କାରଣ ପାଇଁ ଦଳରୁ ବିଦା ହେଲେ ୨ ବିିଜେଡି ବିଧାୟକ; କାରଣ ଦର୍ଶାଇଲେ ସୁପ୍ରିମୋ

1 min read

ଭୁବନେଶ୍ୱର : ସମ୍ବାଦ ଲୋନ ସ୍କାମରେ ଦଳରୁ ବିଦା ହେଲେ ଖଣ୍ଡପଡା ବିଧାୟକ । ବିଜେଡିରୁ ବହିଷ୍କ୍‌ୃତ ହେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ତାଙ୍କ ସହ ବିଜେଡିର ଆଉ ଏକ ବିଧାୟକଙ୍କୁ ବି କରାଯାଇଛି ବହିଷ୍କୃତ । ଏକାସାଙ୍ଗରେ ବିଜେଡି ୨ ଜଣ ବିଧାୟକଙ୍କୁ ଦଳରୁ ବାହାର କରିଦେଇଛି । ଏନେଇ ନିଜେ ବିଜେଡି ସୁପ୍ରିମୋ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଖଣ୍ଡପଡା ବିଧାୟକ ସୌମ୍ୟ ପଟ୍ଟନାୟକ ରହିଥିବା ବେଳେ ରେମୁଣାର ବିଧାୟକ ଥିଲେ ସୁଧାଂଶୁ ପରିଡା । ନିଜ ଗଣମାଧ୍ୟମକୁ ଢାଲ କରି ବାରମ୍ବାର ମିଛ ଖବର ପ୍ରସାରଣ କରୁଥିଲେ ସୌମ୍ୟ ପଟ୍ଟନାୟକ । ସମ୍ବାଦରେ ସମ୍ପାଦକୀୟ ଲେଖିବାରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ । ବିଧାନସଭା ଅଧିବେଶନର ଦିନକ ପୂର୍ବରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ପ୍ରଥମେ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ସମ୍ପାଦକୀୟ ଲେଖି ୫ଟି ସଚିବଙ୍କ ଉପରେ ଉଠାଇଥିଲେ ପ୍ରଶ୍ନ । ସମ୍ପାଦକୀୟରେ ସଚିବଙ୍କ ଗସ୍ତକୁ ନେଇ ପ୍ରଶ୍ନ କରିଥିଲେ ସୌମ୍ୟ ପଟ୍ଟନାୟକ । କାହା ସ୍ୱାର୍ଥରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ପଚାରି ଦେଇଥିଲେ ପ୍ରଶ୍ନ । ଏଥି ସହ ଆମଘର ହାଲଚାଲରେ ମଧ୍ୟ ଆତ୍ମ ବିଭୋର ପ୍ରଶାସକ ଓ ଅସହାୟ ରାଜନେତା ବୋଲି ଲେଖାରେ ଉଲ୍ଲେଖ କରିଥିଲେ । ଜନ୍ମଦିନ ଅନୁଚିନ୍ତାରେ ସଚିବ ବଡ ନା ନେତା ବଡ ପ୍ରଶ୍ନ କରି ହଇଚଇ ସୃଷ୍ଟି କରିଥିଲେ ଶ୍ରୀଯୁକ୍ତ ପଟ୍ଟନାୟକ । ରେମୁଣା ବିଧାୟକ ସୁଧାଂଶ ପରିଡାଙ୍କ ନା ଁ ମଧ୍ୟ ତାଲିକାରେ ରହିଛି । ତେବେ ସୌମ୍ୟଙ୍କ ବିରୋଧରେ କିଛି ଦିନ ପୂର୍ବରୁ ଜଣେ ପୂର୍ବତନ କର୍ମଚାରୀଙ୍କ ପୁରୁଣା ଲୋନ୍ ଠକେଇ ଅଭିଯୋଗକୁ ଭିତ୍ତିି କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖବରକାଗଜ ସଂସ୍ଥା ସମ୍ବାଦ ଉପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ରେଡ୍ ହୋଇଥିଲା ।

ତାଙ୍କ ବିରୋଧରେ ୫୦୬, ୪୬୭, ୪୬୮, ୪୭୧, ୪୨୦, ୧୨୦ (ଖ)ରେ ମାମଲା ରୁଜୁ ହୋଇଛି । ସେହିଭଳି ବିଧାୟକ ସୁଧାଂଶୁ ଙ୍କ ନାଁରେ ୩କୋଟି ଟଙ୍କାର ସବସିଡି ରାଶି ହରିଲୁଟ କରିଥିବା ନେଇ ଅଭିଯୋଗ ହୋଇଥିଲା । ବିଜେଡି ସୁପ୍ରିମୋଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ପ୍ରେସ ରିଲିଜରେ ଉଲ୍ଲେଖରେ ରହିଛି ଯେ ଲୋନ ସ୍କାମ ନେଇ ଇଓଡବ୍ଲୁରେ ଅଭିଯୋଗ ହୋଇଛି । ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍ ଉଠାଯାଇଛି । ଜାଲ୍ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଉଠାଯାଇଛି । ଲୋନ୍ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ୍ ଫ୍ରଡ୍ ।

Advertisement

Leave a Reply

Your email address will not be published. Required fields are marked *