Pratidin TV

Odisha's Digital News Platform

ଷ୍ଟେସନରେ ନଜର ଆସିଲେ ରାହୁଲ ; ମୁଣ୍ଡରେ ବୋହି ନେଉଥିଲେ ନୀଳ ରଙ୍ଗର ଟ୍ରଲି

1 min read

ନୂଆଦିଲ୍ଲୀ : ନୂଆ ଲୁକରେ ନଜର ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଆଜି ସାଂସଦ ଜଣକ କୁଲି ଗେଟଅପରେ ଜର ଆସିଛନ୍ତି । ତେବେ ରାହୁଲଙ୍କ ଏଭଳି ଲୁକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ତେବେ ସମ୍ପୂଣ୍ଣ ଗଟଣାଟି ହେଉଛି ଏହା କି ଯେ ଗୁରୁବାର ଦିନ ଆନନ୍ଦ ବିହାର ରେଳ ଷ୍ଟେସନର କୁଲିମାନଙ୍କୁ ଭେଟିବାକୁ ଯାଇଥିଲେ ରାହୁଲ । ସେମାନଙ୍କୁ ଦେଖା କରିବା ବେଳେ କୁଲଙ୍କ ୟୁନିଫର୍ମ ପିନ୍ଧିଥିଲେ ରାହୁଲ । ଖାଲି ଏତିକି ନୂହେଁ ଲାଲ ରଙ୍ଗର ଡ୍ରେସ ସହ ତାଙ୍କ କାନ୍ଧରେ ଥିଲା କୁଲି ବ୍ୟାଜ । ଏହାପରେ ରାହୁଲ ଏକ ଟ୍ରଲି ବ୍ୟାଗକୁ ମୁଣ୍ଡେରେ ବୋହି ନେଇ ଆଗେଇ ଚାଲିଥିଲେ । ତାଙ୍କ ସହ ଷ୍ଟେସନର ଅନ୍ୟ କୁଲମାନେ ଉପସ୍ଥିତ ଥିବା ବେଳେ ସେମାନେ କୁଲି ରାହୁଲ ଗାନ୍ଧୀ ଜିନ୍ଦାବାଦର ନାରା ଦେଇଥିଲେ । ସାଂସଦଙ୍କ ଅଚାନକ ଗସ୍ତକୁ ସୋସିଆଲ ମିଡିଆରେ ସେୟାର କରିଛି କଂଗ୍ରେସ । ପରେ ରେଳ ଷ୍ଟେସନରେ ଥିବା ସମସ୍ତ କୁଲିଙ୍କସହ ବସି କଥାବର୍ତ୍ତା ହେବା ସହ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ପୂର୍ବରୁ ରାହୁଲ ଗାନ୍ଧୀ ମିସ୍ତ୍ରୀଙ୍କ ଠାରୁ ନେଇ ଛାତ୍ରଛାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ବର୍ଗଙ୍କୁ ଭେଟିବା ସହ ଆଲୋଚନା କରିଥିବା ମଧ୍ୟ ନଜର ଆସିଥିଲେ ।

ରାହୁଲ ଗାନ୍ଧୀଙ୍କ କହିବା ଅନୁସାରେ, କନ୍ୟାକୁମାରୀରୁ କାଶ୍ମୀର ଯାଏ ଭାରତ ଯୋଡ଼ ଯାତ୍ରାରେ ଏଭଳି ଆଲୋଚନାଆରମ୍ଭ ହୋିଥିବା ବେଳେ ବର୍ତ୍ତମାନ ମଧ୍ୟ ଏହା ଜାରି ରହିଛି । ନିକଟରେ ରାହୁଲ ଗାନ୍ଧୀ ଲଦାଖ ଯାଇଥିବା ବେଳେ ସେଠାରେ ମଧ୍ୟ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ ।ସେଠାରେ ବାଇକ ରାଇଡର ଲୁକ ଧାରଣ କରିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ । ଅଗଷ୍ଟ ୧ରେ ରାହୁଲ ଦିଲ୍ଲୀର ଆଜାଦପୁର ମଣ୍ଡିକୁ ଯାଇଥିଲେ । ସେଠାରେ ସେ ପରିବା ଓ ଫଳ ବ୍ୟବସାୟୀଙ୍କ ଦରଦାମ ବୃଦ୍ଧିକୁ ନେଇ ଆଲୋଚନା କରିଥିଲେ । ସେମାନଙ୍କ ସମସ୍ୟା ନେଇ କଥା ହୋଇଥିଲେ ।

Advertisement

ଜୁଲାଇ ୭ ତାରିଖରେ ରାହୁଲ ଗାନ୍ଧୀ ହରିୟାଣାର ସୋନିପତରେ ଚାଷୀଙ୍କ ସହ କ୍ଷେତରେ ଧାନ ରୁଆଉଥିବାର ନଜର ଆସିଥିଲେ । ଆଗକୁ ନିର୍ବାଚନ ଆସୁଥିବା ବେଳେ ତାକୁ ନଜରରେ ରଖି କଂଗ୍ରେସ ପକ୍ଷରୁ ରାଜ୍ୟ ବୁଲିବା ସହ ଲୋକଙ୍କ ସମସ୍ୟା ବୁଝି ତାଙ୍କପାଖରେ ପହଞ୍ଚି ଭୋଟ ହାତେଇବାକୁ କଂଗ୍ରେସ ଚେଷ୍ଟା ଜାରି ରଖିଛି

Leave a Reply

Your email address will not be published. Required fields are marked *