Pratidin TV

Odisha's Digital News Platform

ପଛପଟୁ ମାଡ଼ିଗଲା ହାଇୱା ଦୁର୍ଘଟଣାରେ ଝିଅ ମୃତ୍ୟୁ ମା’ଗୁରୁତର…

1 min read

ଆସିକା : ପଛପଟୁ ମାଡ଼ିଗଲା ହାଇୱା ଦୁର୍ଘଟଣାରେ ଝିଅ ମୃତ୍ୟୁ ମା ଗୁରୁତର । ଗଞ୍ଜାମ ଜିଲ୍ଲା ଆସିକା ମୁକୁନ୍ଦପୁର ବଡନଦୀ ବ୍ରିଜରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଆସିକା କେନ୍ଦ୍ରୀୟ ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ରୀ ପୂଜା ସ୍ମିତା ମହାନ୍ତି ମୃତ ହୋଇ ଥିବା ବେଳେ ଜୟପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ମା ଗିତାଞ୍ଜଳୀ ମୋହିନୀଙ୍କ ଗୋଡ କଟି ଗୁରୁତର ଅଵସ୍ଥାରେ ଆସିକା ସବଡିଭିଜନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଖବର ଅନୁଯାୟୀ ସେମାନେ ଏକ ସ୍କୁଟି ଯୋଗେ ଆସିକା କଲେଜ ଛକ ଅଞ୍ଚଳକୁ ଯାଉଥିବା ସମୟରେ ତାଙ୍କ ପଛ ପଟୁ ଏକ ମେଟାଲ ଗୋଡି ଭର୍ତ୍ତି ହାଇଓ୍ବା ଟ୍ରକ ମାଡିଯାଇଥିଲା ।

Advertisement

ଫଳରେ ଘଟଣା ସ୍ଥଳରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ଶିକ୍ଷୟତ୍ରୀ ମାଙ୍କ ଗୋଡ କଟି ସେ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଆଡମିଟ୍ କରାଯାଇଥିବାବେଳେ ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଲୋକଙ୍କୁ ବୁଝା ସୁଝା କରିଥିଲା । ବର୍ତ୍ତମାନ ସମୃକତ୍ ମାମଲାର ତଦନ୍ତ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *