Pratidin TV

Odisha's Digital News Platform

ଜଙ୍ଗଲରେ ଅଖା ବସ୍ତାରୁ ମିଳିଲା ବୋହୂର ଗଳିତ ମୃତଦେହ , ସ୍ୱାମୀ ଓ ଶଶୂର ଅଟକ

1 min read

ମୟୁରଭଞ୍ଜ : ଅଖା ବସ୍ତାରେ ବନ୍ଧା ହୋଇ ଜଙ୍ଗଲରେ ପଡ଼ିଥିବା ଏକ ପଚା ଶଵ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଗତକାଲି କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତ ବିଶିପୁର ଗାଁ ନିକଟରେ ଥିବା ଭାଲୁହୁଡି ଜଙ୍ଗଲରେ ଲୋକ ଏକ ଅଖା ବସ୍ତାରୁ ପଚା ଗନ୍ଧ ଆସୁଥିବାରୁ ସନ୍ଦେହରେ କରଞ୍ଜିଆ ଥାନାକୁ ଖବର ଦେଇଥିଲେ।ଖବର ପାଇ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନିର୍ଦେଶ କ୍ରମେ କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ସୁଚନ୍ଦ୍ର ମହାଳିକ ପୋଲିସ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ବସ୍ତା ମଧ୍ୟରୁ ଏକ ପଚି ଯାଇଥିବା ମହିଳାର ଶଵ ଉଦ୍ଧାର କରିଥିଲେ।

ତେବେ ଗତକାଲି ପାଟବିଲ ପଞ୍ଚାୟତ ବିଶିପୁର ଗାଁର ନିରୁପମା ମହାନ୍ତ ବୟସ ୨୭ ପିତା ଗୈାରହରି ମହାନ୍ତ ସ୍ୱାମୀ ମଧୁ ମହାନ୍ତ ଗତ ଶନିବାର ଦିନରୁ କେରକେରା ବାପାଙ୍କ ଘରୁ ଯାଇ ଫେରି ନଥିବାରୁ ପିତା ଗୈାରହରି ମହାନ୍ତଙ୍କ ଦ୍ଵାରା ନିଖୋଜଥିବା କରଞ୍ଜିଆ ଥାନାରେ ଏକ ଏତଲା ଦିଆଯାଇଥିଲା। ତେବେ କରଞ୍ଜିଆ ବ୍ଲକ କେରକେରା ଗାଁର ନିରୁପମା ମହାନ୍ତ ପାଟବିଲ ପଞ୍ଚାୟତର ବିଶିପୁର ଗାଁର ମଧୁ ମହାନ୍ତଙ୍କୁ ପ୍ରାୟ ୧୦ ବର୍ଷ ପୁର୍ବରୁ ବିବାହ କରିଥିଲେ। ତାଙ୍କର କୈାଣସି ପିଲା ପିଲି ନଥିଲେ।ପରେ ମଧୁ ଆଉ ଜଣଙ୍କୁ ବିବାହ କରିଥିଲେ। ଏହି ଖବର ପାଇବା ପରେ ନିରୁପମା ପ୍ରାୟ ବର୍ଷେ ପୁର୍ବରୁ କେରକେରା ତାଙ୍କ ନିଜ ଘରକୁ ଚାଲିଆସିଥିଲେ।

Advertisement

ସେ ପ୍ରତ୍ୟେକ ମାସ ସେଠାକୁ ସରକାରୀ ଚାଉଳ ଆଣିବା ପାଇଁ ଯାଆନ୍ତି। ଗତ ଶନିବାର ଦିନ ମଧ୍ୟ ସେଠାକୁ ଚାଉଳ ଆଣିବା ପାଇଁ ଯାଇଥିଲେ ଏବଂ ଆଉ ଘରକୁ ଫେରି ନଥିଲେ। ଗତକାଲି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ତେବେ ବାରିପଦାରୁ ଫରେନସିକ ଟିମ ଆସି ତଦନ୍ତ କରିବା ପରେ ମୃତ ଦେହ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ପୋଲିସ ଏକ ହତ୍ୟା ମାମଲା ନମ୍ବର ୨୮୩/୨୩ ରୁଜୁ କରି ସ୍ୱାମୀ ମଧୁ ଓ ଶ୍ୱଶୁର ପରେଶ ମହାନ୍ତକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *