Pratidin TV

Odisha's Digital News Platform

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା: ବରିଷ୍ଠ ନେତାଙ୍କୁ ଅଟକ ରଖିଲା ପୋଲିସ୍‌

ନୂଆଦିଲ୍ଳୀ: ଦେଶବ୍ୟାପୀ କଂଗ୍ରେସ କର୍ମୀଙ୍କ ବିରୋଧ ସତ୍ତ୍ୱେ ଇଡି ସମ୍ମୁଖରେ ହାଜର ହୋଇଛନ୍ତି କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ଗତକାଲି ପ୍ରଥମ ଦିନରେ ଦୁଇଟି ପର୍ଯ୍ୟାୟରେ ଇଡି ପକ୍ଷରୁ ରାହୁଲଙ୍କୁ ଜେରା କରାଯାଇଥିଲା । ପ୍ରଥମେ ତିନି ଘଣ୍ଟାର ଜେରା ପରେ ନିଜ ମାଙ୍କୁ ଭେଟିଥିଲେ ରାହୁଲ । ଏହାପରେ ରାହୁଲ ପୁଣି ଥରେ ଇଡି ସମ୍ମୁଖରେ ହାଜର ହୋଇଥିଲେ ।

ନ୍ୟାସନାଲ ହେରାଲ୍ଡ ମନିଂ ଲଣ୍ଡରିଂ ମାମଲାରେ ସୋନିଆଙ୍କୁ ଜୁନ ୮ ତାରିଖରେ ଇଡିରେ ହାଜର ହେବାର ଥିଲା । କିନ୍ତୁ ୨ ତାରିଖରେ ସୋନିଆ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ଇଡିରେ ହାଜର ହେବାକୁ ସମୟ ମାଗିଥିଲେ । ଏହାପରେ ଜୁନ ୨୩ ତାରିଖରେ ସୋନିଆଙ୍କୁ ହାଜର ହେବାକୁ ଇଡି କହିଥିଲା । ଏବେ ହସପିଟାଲରେ ଭର୍ତ୍ତି ହେବା ପରେ ସୋନିଆ ଇଡିରେ ହାଜର ହେବେ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ବିଜେପି ଆକ୍ରୋଶମୂଳକ ଭାବରେ ରାହୁଲ ଓ ସୋନିଆଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରି ବିରୋଧ କରିଥିଲେ କଂଗ୍ରେସ କର୍ମୀ । ତେବେ ପୋଲିସ କଂଗ୍ରେସ କର୍ମୀଙ୍କୁ ଅଟକ ରଖିବା ସହିତ ଇଡି ପକ୍ଷରୁ ପଚରା ଉଚୁରା ଜାରି ରହିଛି । ଅନ୍ୟ ପକ୍ଷରେ ଇଡି ପକ୍ଷରୁ କୁହାଯାଇଛି ରାହୁଲ

Leave a Reply

Your email address will not be published. Required fields are marked *