Pratidin TV

Odisha's Digital News Platform

ସନାତନ ଧର୍ମ ଉପରେ ମନ୍ତବ୍ୟ ଦେଇ ଅଡୁଆରେ ସାଉଥ ଅଭିନେତା ପ୍ରକାଶ ରାଜ…

1 min read


ମୁମ୍ବାଇ: ସନାତନ ଧର୍ମ ଉପରେ ମନ୍ତବ୍ୟ ଦେଇ ହଇରାଣ ହେଲେ ଅଭିନେତା ପ୍ରକାଶ ରାଜ । ମନ୍ତବ୍ୟ ଦେବା ପରେ ଆସିଲା ଧମକ । ଅଭିନେତା ଓ ତାଙ୍କ ପରିବାକୁ ନେଇ ଏକ ୟୁଟୁବ ଚ୍ୟାନେଲରେ ପୋଷ୍ଟ ହେଲା ଭିଡିଓ । ଯାହାକୁ ଦେଖି ପୋଲିସର ସହାୟତା ଲୋଡିଲେ ଅଭିନେତା ପ୍ରକାଶ ରାଜ । ଉକ୍ତ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟ ପରେ ତାଙ୍କ ଜୀବନ ପ୍ରତି ତଥା ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି ପ୍ରକାଶ । ଅଭିଯୋଗକୁ ଭିତ୍ତି କରି ଅଶୋକନଗର ପୋଲିସ ୟୁଟ୍ୟୁବ ଚ୍ୟାନେଲ ବିକ୍ରମ ଟିଭି ବିରୋଧରେ ମାମଲା ରୁଜୁ କରିଛି ।


ପ୍ରକାଶ ରାଜଙ୍କ ଅଭିଯୋଗ ଅନୁସାରେ ୟୁଟ୍ୟବ ଭିଡିଓରେ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ନେଇ ଉତ୍ତେଜନାମୂଳକ ଭିଡିଓ ପ୍ରକାଶ ପାଇଛି । ଅତି ଖରାପ ଭାବରେ ଚିତ୍ରଣ କରାଯାଇଛି । ଯାହାଫଳରେ ଏହି ଭିଡିଓ ତାଙ୍କୁ ଏବଂ ତାଙ୍କ ପରିବାରଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ସହ ସେମାନଙ୍କ ବିରୁଦ୍ଧରେ ଲୋକଙ୍କୁ ପ୍ରଭାବିତ କରୁଛି । ତେଣୁ ୟୁଟ୍ୟୁବ୍ ଚ୍ୟାନେଲ ମାଲିକ ତଥା ଏଥିରେ ସମ୍ପୃକ୍ତ ଅନ୍ୟ କୈାଣସି ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ପ୍ରକାଶ ରାଜ ।
ତେବେ କିଛି ଦିନ ପୂର୍ବରୁ ପ୍ରକାଶ କାଲାବୁରାଗୀରେ ଲେଖକ ଓ କଳାକାରମାନଙ୍କୁ ସମ୍ବୋଧିତ କରିବା ସମୟରେ କହିଥିଲେ ଯେ “ସନାତନ ଧର୍ମ ଏବଂ ହିନ୍ଦୁତ୍ୱ ଉପରେ ଆକ୍ରମଣାତ୍ମକ କଥା କହୁଥିବା ଲୋକମାନେ ହିନ୍ଦୁ ନୁହଁନ୍ତି । ସେମାନେ ହିନ୍ଦୁତ୍ୱର କଣ୍ଟ୍ରକ୍ଟର ଅଟନ୍ତି । ଆଉ ଏପରି ମନ୍ତବ୍ୟ ପରେ ସେ ଅଡୁଆରେ ପଡିଯାଇଛନ୍ତି ।

Advertisement


ତେବେ ପ୍ରକାଶ ରାଜ ସାଉଥର ଏକ ଦମଦାର ଅଭିନେତା ଭାବେ ପରିଚିତ । ଅନେକ ସମୟରେ ସେ ଖୋଲାଖୋଲି ଭାବେ ମନ୍ତବ୍ୟ ଦେଇ ବିବାଦରେ ରହିଥାନ୍ତି । କିନ୍ତୁ ସନାତନ ଧର୍ମ ଉପରେ ମନ୍ତବ୍ୟ ଦେବା ପରେ ସେ ଅସୁବିଧାରେ ପଡିଯାଇଛନ୍ତି । ଯେଉଁଥିପ।।ଇଁ ତାଙ୍କୁ ମୃତ୍ୟୁ ଧମକ ମିଳିଥିବା କୁହାଯାଇଛି । ଆଉ ଯେଉଁ ଭିଡିଓ ସେ ଏପରି ଧମକ ଆସିଛି ସେହି ଭିଡିଉ ଅପେଲାଡ ହୋଇଥିବା ୟୁଟ୍ୟୁବ ଚ୍ୟାନେଲର ମାଲିକଙ୍କ ନାମରେ ଏତଲା ଦେଇଛନ୍ତି ପ୍ରକାଶ । ଅନ୍ୟପଟେ ବେଙ୍ଗାଲୁର ପୋଲିସ ଅଭିଯୋଗକୁ ଭିତ୍ତି କରି ୟୁଟ୍ୟୁବ ଚ୍ୟାାନେକ ବିକ୍ରମ ଟିଭି ବିରୋଧରେ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *