Pratidin TV

Odisha's Digital News Platform

ପରିବେଶର ଉପଯୋଗୀ ଗୋଦାବରୀ ଇଭିଥରେ ଚାର୍ଯକଲେ ଗଡିବ ୧୧0 କିମି

1 min read
Environmentally useful Godabari EV 110 km will be covered in one cycle

Environmentally useful Godabari EV 110 km will be covered in one cycle

ଇଭି ବଜାରରେ ଏବେ ଇବ୍ଲୁ ରାଇନୋ ଇ ଲୋଡର ,
ଖ୍ୟାତନାମା ଇଭି କମ୍ପାନୀ ଗୋଦାୱରୀ ଇଲେଟ୍ରି ମୋଟରସ୍ ର ନୂଆ ତିନି ଚକିଆ ମାଲ ପରିବହନ ଗାଡି ଇବ୍ଲୁ ରାଇନୋ ଇ ଲୋଡର ଏବେ ବଜାରରେ ଉପଲବ୍ଧ। ଏଥିରେ ୧୦.୨ kWH ଲିଅନ୍ ବ୍ୟାଟେରୀ, ଯାହା ଥରକରେ ୧୧୦ କିମି ଯିବାର କ୍ଷମତା ରଖିଛି । ଟପ୍ ସ୍ପିଡ୍ ୪୫କି.ମି ଏବଂ ୫୦୦ କେଜି ପର୍ଯ୍ୟନ୍ତ ଲୋଡ୍ ନେବାର କ୍ଷମତା ରଖିଛି। ସୁରକ୍ଷିତ ପରିବହନ ପାଇଁ ଉଚ୍ଚମାନର ସକ୍ ଅବଜରଭର , ମାଲ ରଖିବା ପାଇଁ ୧୫୪୯ ଏମ୍ ଏମ୍ ଲମ୍ୱା , ୧୩୫୦ ଏମ୍ ଏମ୍ ଚଉଡା ଓ ୩୧୯ ଏମ୍ ଏମ୍ ଉଚ୍ଚତା ବିଶିଷ୍ଟ ଡାଲା ରଖିଛି । ୬.୩୦ ମିନିଟ୍ ରେ ଫୁଲ୍ ଚାର୍ଜ ହୋଇ ପାରୁଛି । ୩୦ ହଜାର କିମି ସହ ୩ ବର୍ଷର ୱାରେଣ୍ଟି ଦେଉଛି କମ୍ପାନୀ । ଏହାର ଲଚିଂ ରେ କମ୍ପାନୀର ସିଇଓ କହିଥିଲେ ଯେ ସଂପୂର୍ଣ୍ଣ ଘରୋଇ ଜ୍ଞାନ କୌଶଳରେ ନିର୍ମିତ ଏହି ଇଭି ମାଲ ବାହି ଗାଡି କ୍ଷୁଦ୍ର ମଧ୍ୟମ ଧରଣର ବ୍ୟବସାୟ ପାଇଁ ଖୁବ୍ ଲାଭ ଦାୟକ ହେବ । ଉତ୍ତମ ଇଏମ୍ ଆଇ ସୁବିଧା ସହ ରିହାତିରେ ସୁଧ ପାଇଁ ସମସ୍ତେ ଏହାକୁ ଗ୍ରହଣ କରିପାରିବେ । ସବୁ ଠାରୁ ବଡ କଥା ଏହା ପରିବେଶ ଅନୁକୁଳିତ ଗାଡି , ଏହାର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ଏବଂ ଶ୍ରାମିକ ମାନଙ୍କ ଅବଦାନ ବସ୍ତବରେ ଖୁବ୍ ପ୍ରଶଂସନୀୟ । ଏହାର ମୁଖ୍ୟ ଉଦ୍ୟେଶ୍ୟ ହେଉଛି ଦେଶକୁ ଆତ୍ମ ନିର୍ଭର କରିବା । ନିର୍ମାତାଙ୍କ ଠାରୁ ଆରମ୍ଭ କରି ବିକ୍ରେତା ଏବଂ କ୍ରେତାଙ୍କ ପର୍ଯ୍ୟନ୍ତ ନିଜେ ସ୍ୱାବଲମ୍ୱୀ ହେବା ସହ ଦେଶକୁ ସ୍ୱାବଲମ୍ୱୀ କରିବା, ଏବଂ ପରିବେଶ ସୁରକ୍ଷା ପ୍ରତି ଯତ୍ନବାନ ହେବା ।

Advertisement

Leave a Reply

Your email address will not be published. Required fields are marked *