Pratidin TV

Odisha's Digital News Platform

ବିବାହ ପାଇଁ ଉଦୟପୁରରେ ପରିଣୀତି ଓ ରାଘବ

1 min read

ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁରରେ ପହଞ୍ଚିଲେ ବିଲିଉଡ ଅଭିନେତ୍ରୀ ପରିଣୀତି ଏବଂ ସାଂସଦ ରାଘବ ଚଡ୍ଡା । ଆଉ ଦୁଇ ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଢା । ବିବାହକୁ ଆଉ ମାତ୍ର ୨ ଦିନ ଥିବାବେଳେ ଶୁକ୍ରବାର ସକାଳେ କପଲ୍ ନିଜ ପରିବାର ସହିତ ଉଦୟପୁରରେ ପହଞ୍ଚିଥିଲେ । ପରିଣୀତି ଓ ରାଘବଙ୍କର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏହି ଫଟୋଗୁଡ଼ିକରେ ଦୁହେଁ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ରାଘବ ନେଭି ବ୍ଲୁ ରଙ୍ଗର ସ୍ୱେଟ୍‌ଶାର୍ଟ ପିନ୍ଧିଥିବା ବେଳେ ପରିଣୀତି ମେରୁନ୍ ରଙ୍ଗର ଜମ୍ପ୍‌ସୁଟ କ୍ୟାରି କରିଥିଲେ । ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ କପଲ୍‌ଙ୍କ ପରିବାର ଲୋକେ ଓ ଘନିଷ୍ଠ ସମ୍ପର୍କୀୟ ମଧ୍ୟ ନଜର ଆସିଛନ୍ତି । ଦିଲ୍ଲୀ ଏୟାପୋର୍ଟରୁ ପରିବାର ସମସ୍ତେ ଉଦୟପୁର ଅଭିୁମଖେ ବାହାରିଥିଲେ । ସେପଟେ ଉଦୟପୁରରେ ବିବାହର ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ଶେଷ ପର୍ଯ୍ୟାୟରେ ପହଞ୍ଚି ସମସ୍ତ ପ୍ରସ୍ତୁତି । ଉଭୟଙ୍କୁ ଉଦୟପୁର ଏୟାପୋର୍ଟରେ ଗ୍ରାଣ୍ଡ୍ ୱେଲକମ୍ କରାଯାଇଛି । ପରିଣୀତି ଓ ରାଘବଙ୍କ ସ୍ୱାଗତ ପାଇଁ ଏୟାରପୋର୍ଟରେ ଢୋଲ ବାଜା ବଜାଯାଇଥିଲା । ଏହା ସହିତ ବଡ଼ ବ୍ୟାନର ମଧ୍ୟ ଲଗାଯାଇଥିଲା, ଯେଉଁଥିରେ ଲେଖା ହୋଇଥିଲା, ‘ଉଦୟପୁରରେ ପରିଣୀତି ଚୋପ୍ରା ଓ ରାଘବ ଚଢାଙ୍କୁ ସ୍ୱାଗତ’ ।

ଆସନ୍ତାକାଲି ଅର୍ଥାତ୍ ସେପ୍େଟମ୍ବର ୨୩ରେ ବିବାହର ରୀତିନୀତି ଆରମ୍ଭ ହୋଇଯିବ । ସେହିପରି ୨୪ ତାରିଖ ରେ ବରଯାତ୍ରୀ ସିଧା ଲୀଲା ପ୍ୟାଲେସ୍‌ରେ ପହଞ୍ଚିବ । ସେଠାରେ ଅପରାହ୍ନ ୩ଟା ୩୦ରେ ଜୟମାଲା, ୪ଟା ସାତଫେରା ଏବଂ ସନ୍ଧ୍ୟା ୬ଟା ୩୦ରେ ବିଦାୟୀ ହେବ ନେବା ନେଇ ମିଳିଛି ସୂଚନା । ରାତି ୮ଟା ୩୦ରେ କୋର୍ଟୟାର୍ଡରେ ଏକ ଛୋଟ ରିସେପ୍ସନ ପାର୍ଟି ରଖାଯାଇଛି । ତେବେ ବିବାହ ପାଇଁ ହେଟୋଲ ଠାରୁ ଆରମ୍ଭ କରି ସିକ୍ୟୁରିଟି, ସବୁକିଛି କଡାକଡି କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *