Pratidin TV

Odisha's Digital News Platform

(ଭିଡିଓ)ବିଧାନସଭାରେ ପହଞ୍ଚି ବାପାଙ୍କ ସିଟ ଦେଖି ଦୀପାଳିଙ୍କ ଆଖିରୁ ଗଡିଲା ଲୁହ

1 min read

ଭୁବନେଶ୍ୱର : ବିଧାନସଭାରେ ଯୋଗ ଦେଲେ ଝାରସୁଗୁଡ଼ାର ନୂତନ ବିଧାୟିକା । ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପାଦ ଥାପିଛନ୍ତି ଦୀପାଳି ଦାସ । ମୌସୁମୀ ଅଧିବେଶସନରେ ପ୍ରଥମ ଦିନରେ ସେ ବିଧାନସଭାରେ ଯୋଗଦେଇଥିଲେ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ପିତା ନବ ଦାସଙ୍କୁ ମନେ ପକାଇ ଦୀପାଳି ଭାବବିହ୍ୱଳ ହୋଇପଡ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହ ସମସ୍ତ ମହିଳା ବିଧାୟିକାଙ୍କୁ ସେ ଭେଟିଥିଲେ । ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡ଼ା ବିଧାନସଭା ଆସନରୁ ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଛନ୍ତି ଦୀପାଳି ଦାସ ।ଅନ୍ୟପଟେ ଆଜି ନୂଆ ବାଚସ୍ପତି ଭାବେ ଗାଦିରେ ବସିଛନ୍ତି ପ୍ରମିଳା ମ୍ୟାଡମ । ଏବଂ ଆଜିଠୁ ଓଡିଶା ବିଧାନସଭାରେ ଆରମ୍ଭ ହେଲା ‘ମ୍ୟାଡମ ସ୍ପିକର’ଙ୍କ ଯୁଗ । ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଗୃହର ଦିବଗଂତ ସଦସ୍ୟଙ୍କ ପାଇଁ ଶୋକପ୍ରକାଶ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *