ଶକ୍ତିଶାଳୀ ହେବ ଭାରତୀୟ ସେନା: ଅଗ୍ନିବୀରଙ୍କ ଯୋଗଦାନ ନେଇ ରାଜନାଥଙ୍କ ଘୋଷଣା
1 min readନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବେ ଭାରତୀୟ ଯବାନ । ଭାରତୀୟ ସେନାରେ ଯବାନ ମାନଙ୍କର ଏକ ନୂତନ ଫୌଜ ଯୋଗ ଦେବାକୁ ଯାଉଛନ୍ତି । ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଘୋଷଣା କରିଛନ୍ତି । ଭାରତୀୟ ଯୁବକଙ୍କୁ ସେନାରେ ସାମିଲ କରିବା ପାଇଁ ଏହି ଯୋଜନା କରାଯାଇଛି । ୧୭.୫ ବର୍ଷରୁ ୨୧ ବର୍ଷର ଯୁବକ ମାନଙ୍କୁ ଏହି ଅଗ୍ନିବୀର ଯୋଜନାରେ ସାମିଲ କରାଯିବ । ଭାରତୀୟ ସେନାର ୩ଟି ଯାକ ବିଭାଗରେ ଏହି ଯୁବକ ମାନଙ୍କୁ ଭର୍ତ୍ତି କରାଯିବ । ଏହି ଯୁବକ ମାନଙ୍କୁ ୪ ବର୍ଷର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଦାନ କରାଯିବ ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଘୋଷଣା କରିଛନ୍ତି । ପ୍ରତିରକ୍ଷା ଜନିତ କ୍ୟାବିନେଟ୍ କମିଟିର ମଞ୍ଜୁରୀ ମିଳିବା ପରେ ଏହି ଘୋଷଣା କରାଯାଇଥିଲା । ଏହା ଦେଶର ଯୁବଶକ୍ତିକୁ ଉଚିତ୍ ଦିଗଦର୍ଶନ ପ୍ରଦାନ କରିବାକୁ ଯାଉଥିବା ବେଳେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ବୈପ୍ଲବିକ ପରିବର୍ତ୍ତନ ଆସିବ । ଏହା ସହିତ ଭାରତୀୟ ସେନାରେ ମଧ୍ୟ ଅଧିକ ଯୁବକ ଯୋଗ ଦେବେ ଯାହାଦ୍ୱାରା ସେନା ଆହୁରି ଶକ୍ତିଶାଳୀ ହେବ । ଏହି ଯବାନ ମାନଙ୍କ ମାସିକ ବେତନ ୩୦-୪୦ ହଜାର ଟଙ୍କା ମଧ୍ୟରେ ରହିବ । ନିଯୁକ୍ତ କରାଯାଇଥିା ଯବାନଙ୍କ ମଧ୍ୟରୁ ୨୫ ପ୍ରତିଶତଙ୍କୁ ପରବର୍ତ୍ତୀ ରାଉଣ୍ଡ ନିମନ୍ତେ ଚୟନ କରାଯିବ । କେନ୍ଦ୍ର ସରକାରଙ୍କ ମଏହି ପଦକ୍ଷେପ ଦ୍ୱାରା ସୁରକ୍ଷା ବଳ ଶକ୍ତିଶାଳୀ ହେବ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ ।