ସୁଶାନ୍ତ ସିଂ ରାଜପୁତଙ୍କ ଦ୍ୱିତୀୟ ମୃତ୍ୟୁବାର୍ଷିକୀ: ଫଟୋ ଶେୟାର କରି ମନେ ପକାଇଲେ ରିୟା ଚକ୍ରବର୍ତ୍ତୀ
1 min readନୂଆଦିଲ୍ଳୀ: ବଲିଉଡର ସୁପରଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ପୁରିଛି ଦୁଇ ବର୍ଷ । ଜୁନ୍ ୧୪, ୨୦୨୦ରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ନିଜ ଘର ପଙ୍ଖାରେ ସୁଶାନ୍ତ ସୁଇସାଇଡ୍ କରିଥିବା ବେଳେ ତାଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତା ଯାଇଥିବା ନେଇ ଅଭିଯୋଗ ଆଣିଥିଲେ ତାଙ୍କ ପିତା । ଏହାପରେ ରିୟା ବାଇକୁଲା ସ୍ଥିତ ମହିଳା ସେଲରେ ପ୍ରାୟ ୧ ମାସ ରହିଥିଲେ । ତେବେ ରିୟା ପ୍ରାୟ ୨୯ ଦିନ ଜେଲରେ ରହି ଫେରିଥିଲେ ।
ସୁଶାନ୍ତଙ୍କ ମୃତ୍ୟୁର ଦ୍ୱିତୀୟ ବାର୍ଷିକୀ ଅବସରରେ ଉଭୟଙ୍କ କିଛି ଫଟୋ ଶେୟାର କରିଛନ୍ତି ରିୟା ଚକ୍ରବର୍ତ୍ତୀ । ରିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ଶେୟାର କରିବା ସହିତ ପ୍ରତ୍ୟେକ ଦିନ ମୁଁ ତୁମକୁ ମିସ୍ କରୁଛି ବୋଲି ଲେଖିଥିଲେ । ରିୟା ସମୁଦାୟ ୪ଟି ଫଟୋ ଶେୟାର କରିଥିଲେ ଯାହାକି ପୂର୍ବରୁ କୌଣସି ପ୍ଲାଟଫର୍ମରେ ଶେୟାର ହୋଇନଥିଲା ।
ଜୁନ୍ ୧୪, ୨୦୨୦ରେ ସୁଶାନ୍ତ ଆତ୍ମହତ୍ୟା ହୋଇଥିଲା । ବାନ୍ଦ୍ରା ସ୍ଥିତ ଆପାର୍ଟମେଣ୍ଟରୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହାକୁ ପ୍ରାରମ୍ଭିକ ଭାବରେ ଆତ୍ମହତ୍ୟା ଭାବରେ ବିବେଚନା କରାଯାଇଥିଲା । ତେବେ ସୁଶାନ୍ତଙ୍କମ ପିତାଙ୍କ ଅଭିଯୋଗ ପରେ ଏହାର ତଦନ୍ତ ଭାର ସିବିଆଇ ହାତକୁ ଯାଇଥିଲା ।