Pratidin TV

Odisha's Digital News Platform

ଜାଣନ୍ତୁ ଦର ଏବଂ ବଜାରକୁ ଯାଇ କିଣି ନିଅନ୍ତୁ ଆପଣଙ୍କ ପସନ୍ଦର ସୁନା

1 min read

ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଥିବାରୁ ଚିନ୍ତାରେ ରହୁଛନ୍ତି ଗ୍ରାହକ । କାରଣ ଆଗକୁ ଆସିବାକୁ ଯାଉଛି ବିବାହ ଋତୁ । ଝିଅ ବୋହୂ ପାଇଁ ସୁନାେ କିଣିବାକୁ ଆପଣ ମନ ବଳାଇଛନ୍ତି କି ତେବେ ଜାଣି ରଖନ୍ତୁ ଆଜି ଏହାର ମୂଲ୍ୟ କେତେବ ରହିଛି । ନହେଲେ ସହିବାକୁ ପଡିବ ଆପଣଙ୍କୁ କ୍ଷତି । ଆଜି ସୁନା କାରବାରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୪ହଜାର୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୫ହଜାର୫୦ ଟଙ୍କା ରହିଛିି । ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୪,୮୫୦ ଟଙ୍କା ଟଙ୍କା ଓ ୫୯,୮୪୦ ଟଙ୍କା ହୋଇଛି ।

ସେହିପରି ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୪,୮୫୦ ଟଙ୍କା ଓ ୫୯,୮୪୦ ଟଙ୍କା ରହିଥିବା ବେଳେ ରାଜଧାନୀ ଦିଲ୍ଲୀରେ ସୁନାର ଦର ଯଥାକ୍ରମେ ୫୫ହଜାର ଟଙ୍କା ଓ ୫୯,୯୪୦ ଟଙ୍କା ରହିଛି । ଦକ୍ଷିଣ ଭାରତର ଅଧିକ ମାତ୍ରାରେ ଲୋକ ମାହେନ ସୁନା କିଣିଥାନ୍ତି କାରଣ ତାଙ୍କର ପ୍ରତ୍ୟକ ପର୍ବ ପର୍ବାଣୀରେ ସୁନା ପନ୍ଧିଥାନ୍ତି । ତେବେ ଏହି ସହରରେ ୨୨ କ୍ୟାରେଟ ମୂଲ୍ୟ ୫୫,୧୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୦,୧୧୦ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୫୪,୮୫୦ ଟଙ୍କା ଓ ୫୯,୮୪୦ ଟଙ୍କା ରେକର୍ଡ ରହିଛି ।

Advertisement

Leave a Reply

Your email address will not be published. Required fields are marked *