Pratidin TV

Odisha's Digital News Platform

ଶିକ୍ଷା ପାଇ ଆସିଲା ୨୮୮୨ କୋଟି ବଜେଟ୍‌, ଏପଟେ ମୁଣ୍ଡ ପିଛା ବଢିଲା ୧୯ ହଜାର ଋଣ

1 min read

ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପିତ ହୋଇ ସାରିଛି ୨୦୨୩-୨୪ ଆର୍ଥିକ ବର୍ଷ ପାିଁ ଅତିରିକ୍ତ ବଜେଟ । ଏହାକୁ ଉପସ୍ଥାପନା କରିଥିଲେ ଓଡିଶାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି ମନ୍ତ୍ରୀ । ପର୍ବୂରୁ ରାଜ୍ୟ ସରକାର ଘୋଷଣା କରିଥିବା ଯୋଜନାରେ ଅର୍ଥ ବରାଦ କରିଛନ୍ତି । ମେଟ୍ରୋ ପାଇଁ ୨୧୦ କୋଟି,ଲକ୍ଷ୍ମୀ ଯୋଜନା ପାଇଁ ୫୫୬ କୋଟି,ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ୧୩୦୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ପଞ୍ଚାୟତରେ ଇଣ୍ଟରନେଟ ବ୍ୟବସ୍ଥା ପାଇଁ ୨୫୨ କୋଟି ଟଙ୍କାର ଅର୍ଥବରାଦ ହୋଇଛି । ନିର୍ବାଚନ ପରିଚାଳନା ପାଇଁ ୧୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ଗଣଶିକ୍ଷା ପାଇଁ ୨୮୮୨ କୋଟି, ଜଳସଂପଦ ପାଇଁ ୨୪୦୭ କୋଟି, ପଞ୍ଚାୟତିରାଜ ସଂସ୍ଥା ଦ୍ୱାରା ସ୍କୁଲ ଘର ନିର୍ମାଣ ପାଇଁ ୧୫୩ କୋଟି ବ୍ୟୟବରାଦ କରାଯାଇଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି, ସହର ଭିତ୍ତିଭୂମି ବିକାଶ ପାଇଁ ୧୦୦ କୋଟି, ଓଡ଼ିଶା ମୋଟର ପରିବହନ ଡ୍ରାଇଭର କଲ୍ୟାଣ ପାଇଁ ୨୧ କୋଟି, ନିର୍ବାଚନ ପରିଚାଳନା ପାଇଁ ବଜେଟରେ ୧୯୬ କୋଟି, ବ୍ଲକସ୍ତରରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ୧୪ କୋଟି ବ୍ୟୟବରାଦ କରାଯାଇଛି । ଏହାସହ ପଞ୍ଚାୟତକୁ ଆଇଟି ସଂଯୋଗୀକରଣ ପାଇଁ ୨୫୨ କୋଟି ବ୍ୟୟବରାଦ କରାଯାଇଛି । ଏହି ଅବସରରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ, କହିଛନ୍ତି ୨୦୨୩ ଜୁଲାଇ ସୁଦ୍ଧା ରାଜ୍ୟର ଋଣ ଭାର ୮୮ ହଜାର ୪୮୭ କୋଟି ଟଙ୍କା ରହିଛି । ମୋଟ ଋଣ ପରିମାଣ ଜିଏସ୍‌ଡିପିର ୧୦.୦୩ ପ୍ରତିଶତ । ସେହିଭଳି ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା ରହିଥିବା ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *