Pratidin TV

Odisha's Digital News Platform

ପାଦ ଆଙ୍ଗୁଠିରେ ମହିଳା ମାନେ କାହିଁକି ରୂପା ମୁଦି ପିନ୍ଧିଥାନ୍ତି…?

1 min read


ଭାରତୀୟ ସଂସ୍କୃତିରେ ରହିଛି ଅନେକ ପ୍ରଥା ଓ ପରମ୍ପରା । କିନ୍ତୁ ଆଜିର ଆଧୁନିକତା ଯୁଗରେ ଖୁବ କମ୍ ଲୋକ ରହିଛନ୍ତି ଯେଉଁମାନେ କି ପ୍ରଥା ପରମ୍ପରାକୁ ଜାବୁଡି ରଖିଛନ୍ତି । ଆଉ କିଛି ଲୋକ ଆଧୁନିକତାକୁ ଆପଣାଉ ଥିବା ବେଳେ ଏସବୁକୁ ପୁରୁଣା କାଳିଆ କହି ହେୟ ଜ୍ଞାନ କରନ୍ତି । ତେବେ ପୁରୁଷ ଲୋକଙ୍କ ଠାରୁ ମହିଲା ମାନେ ଶରୀରରେ ଅଧିକ ଗହଣା ପରିଧାନ କରିଥାନ୍ତି । କାନଫୁଲ ଠୁ ଆରମ୍ଭ ପାଦର ଆଙ୍ଗୁଠି ପର୍ଯ୍ୟନ୍ତ କିଛି ନା କିଛି ଜିନିଷ ପିନ୍ଧିଥାନ୍ତି । ସାଧରଣତଃ ଆଙ୍ଗୁଠି ରିଙ୍ଗକୁ ଅନେକ ଭାରତୀୟ ମହିଳା ପିନ୍ଧନ୍ତି । ସେ ଗୋଡର ଆଙ୍ଗୁଠି ହେଉ, କି ହାତରେ । ଏହି ପାରମ୍ପାରିକ ଅଳଙ୍କାର ଖଣ୍ଡ ମହିଳା ପିନ୍ଧିବା ଦ୍ୱାରା ଏହା ତାଙ୍କର ବୈବାହିକ ସ୍ଥିତିକୁ ସୂଚିତ କରେ । ତେବେ ଆଜି ଆମେ କହିବାକୁ ଜାଉଛୁ ଗୋଡ ଆଙ୍ଗୁଠି କଥା ।

Advertisement

କାହିଁକି ମହିଳା ମାନେ ପାଦ ଆଙ୍ଗୁଠିରେ ମୁଦି ପିନ୍ଧିଥାନ୍ତି ।


ଭାରତରେ ଆଙ୍ଗୁଠି ରିଙ୍ଗ ବିବାହିତ ମହିଳାଙ୍କ ପାଇଁ ଏକ ଅଳଙ୍କାର ଅଟେ ଏବଂ ଏହି ପରମ୍ପରାକୁ ଉଭୟ ହିନ୍ଦୁ ଏବଂ ମୁସଲମାନ ଜନସଂଖ୍ୟା ପାଳନ କରନ୍ତି । ସେଗୁଡ଼ିକ ସାଧାରଣତ ରୂପା ଧାତୁରେ ଗଠିତ ହୋଇଥାଏ । ଏବଂ ଉଭୟ ପାଦର ଦ୍ୱିତୀୟ ଆଙ୍ଗୁଠିରେ ଯୋଡି ହୋଇ ପିନ୍ଧାଯାଏ । ଆପଣ ମାନେ ଜାଣନ୍ତି କି ଏହା ପଛରେ କଣ ରହିଛି ରହିଥିବା ଇତିହାସ?
ତେବେ ପାଦର ଦ୍ୱିତୀୟ ଆଙ୍ଗୁଠିର ସ୍ନାୟୁ ହୃଦୟ ଦେଇ ଯାଇ ଗର୍ଭାଶୟ ସହିତ ଜଡିତ ବୋଲି କୁହାଯାଇଛି । ଫଳସ୍ୱରୂପ, ଏଥିରେ ଆଙ୍ଗୁଠି ରିଙ୍ଗ ପିନ୍ଧିବା ଦ୍ୱାରା ଗର୍ଭାଶୟର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଏହା ମହିଳାଙ୍କ ମାସିକ ରତୁସ୍ରାବ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ମୁଦି ଆକ୍ୟୁପ୍ରେସର ଭାବରେ କାମ କରେ । ଯେଉଁ ମହିଳାମାନଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଯାଏ ସେମାନଙ୍କ ପାଇଁ ଏହା ଖୁବ ଉପକାରୀ । ରକ୍ତକୁ ଜୀବନ ଭାବରେ ବିବେଚନା କରାଯାଏ । ସେଥିପାଇଁ କୁହାଯାଏ ଯେ ନାରୀମାନଙ୍କର ଜୀବନ ଆଙ୍ଗୁଠି ଦେଇ ଗତି କରେ । ଏପରି ପରିସ୍ଥିତିରେ ଏହାକୁ ସଂଚାଳିତ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।


ତେବେ ପାଦ ଆଙ୍ଗୁଠିରେ ରୂପା ମୁଦି କାହିଁକି ପିନ୍ଧାଯାଏ?


ମହିଳାମାନେ ଗୋଡରେ ସୁନା ମୁଦି ନୁହେଁ ବରଂ ରୂପା ମୁଦି ପିନ୍ଧିଥାନ୍ତି । କାରଣ ସୁନାକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ । ଏହି କାରଣ ଯୋଗୁଁ ମହିଳାମାନେ ଅଣ୍ଟା ତଳକୁ ସୁନାରେ ତିଆରି କୌଣସି ବି ଅଳଙ୍କାର ପିନ୍ଧନ୍ତି ନାହିଁ । କାରଣ ଏହା ଏହା ମା ଲକ୍ଷ୍ମୀଙ୍କ ପ୍ରତି ଅପମାନ ହେବ ବୋଲି ବିବେଚନା କରାଯାଏ । ଦ୍ୱିତୀୟ କାରଣ ହେଉଛି ରୂପାକୁ ବିଦ୍ୟୁତ ସୁପରିବାହୀ ବୋଲି କୁହାଯାଏ, ଅର୍ଥାତ ଏହା ବିଦ୍ୟୁତକୁ ପରିଚାଳନା କରିପାରେ । ରୂପା ପୃଥିବୀର ମେରୁ ଶକ୍ତିକୁ ଅବଶୋଷଣ କରି ଆମ ଶରୀରରେ ପହଞ୍ଚେଇ ଥାଏ । ଏହିପରି ଏହି ଶକ୍ତି ଆମ ଶରୀରରେ ବିସ୍ତାର ହୋଇଥାଏ ।

Leave a Reply

Your email address will not be published. Required fields are marked *