Pratidin TV

Odisha's Digital News Platform

ଉଦ୍ଧାର ହେବ ରାହୁଲ: ରେସ୍କ୍ୟୁ ଅପରେସନରେ ଯୋଗ ଦେଲା ଭାରତୀୟ ସେନା

1 min read

ନୂଆଦିଲ୍ଲୀ: ୯୫ ଘଣ୍ଟାରୁ ଅଧିକ ସମୟ ଧରି ବୋରୱେଲ ମଧ୍ୟରେ ଫସି ରହିଛି ୧୧ ବର୍ଷର କୁନି ଶିଶୁ ରାହୁଲ ସାହୁ । ରାହୁଲ ଫସି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଏନ୍‌ଡିଆରଏଫ୍‌, ଏସ୍‌ଡିଆର୍‌ଏଫ୍ ଓ ରୋବୋଟିକ୍ ଟିମ୍ । ମିଶନ ଜିନ୍ଦେଗୀକୁ ୫ ଦିନ ପୁରିବାକୁ ବସିଥିବା ବେଳେ ଅପରେସନରେ ଯୋଗ ଦେଇଛି ଭାରତୀୟ ଆର୍ମି । ରାହୁଲ ନିକଟରୁ ମାତ୍ର ୮ ଇଞ୍ଚ ଦୂରରେ ରହିଥିବା ବେଳେ ଭିଏଲସି କ୍ୟାମେରା ଜରିଆରେ ରାହୁଲର ସ୍ୱର ଶୁଣିବାର ପ୍ରୟାସ କରାଯାଉଛି ।

ଗ୍ରାନାଇଟ୍ ପଥର ରହୁଥିବାରୁ ଖୋଳିବାରେ ଅସୁବିଧା ହେଉଥିବା ବେଳେ ଅପରେସନରେ ଏଣ୍ଟ୍ରି ମାରିଛି ଆର୍ମି । ଏହା ସହିତ ରାହୁଲର ଅବସ୍ଥା ସାମାନ୍ୟ ଦୁର୍ବଳ ରହିଛି ତଥାପି ସେ ସ୍ଥିର ରହିଛି ବୋଲି କହିଛନ୍ତି ଜିଲ୍ଳାପାଳ ଜିତେନ୍ଦ୍ର ଶୁକ୍ଲା । ଜିତେନ୍ଦ୍ରଙ୍କ ତତ୍ତ୍ୱାବଧାନରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏହି ଘଟଣା ଉପରେ ନିରନ୍ତର ନଜର ରଖିଛନ୍ତି । ସମଗ୍ର ଦେଶ ବର୍ତ୍ତମାନ ରାହୁଲ ପାଇଁ ପ୍ରାର୍ଥନା କରୁଥିବା ବେଳେ ଆସନ୍ତା କିଛି ଘଣ୍ଟା ମଧ୍ୟରେ ରାହୁଲ ଉଦ୍ଧାର ହେବାର ଅନୁମାନ କରାଯାଉଛି ।

Advertisement

ସେହିପରି ରାହୁଲ ଉଦ୍ଧାର ହେବା ପରେ ତାକୁ କିଭଳି ମେଡିକାଲ ନିଆଯିବ ସେ ନେଇ ମକ୍ ଡ୍ରିଲ ହୋଇଛି । ଗ୍ରୀନ୍ କରିଡର ଜରିଆରେ ରାହୁଲକୁ ହସ୍ପିଟାଲ ନେବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାଘେଲ ।

Leave a Reply

Your email address will not be published. Required fields are marked *