Pratidin TV

Odisha's Digital News Platform

ଏହିସବୁ ବିଉଟି ପ୍ରଡକ୍ଟରେ ରହିଥାଏ ବିଶାକ୍ତ କେମିକାଲ, ବ୍ୟବହାର କଲେ ହୋଇପାରେ ସମସ୍ୟା…

1 min read


ମୁମ୍ବାଇ: ସୁନ୍ଦର ଦିଶିବାକୁ ସମସ୍ତେ ଚାହାନ୍ତି । ସାଧାରଣତଃ ଝିଅମାନେ ନିଜର ସୈାନ୍ଧର୍ଯ୍ୟ ବର୍ଦ୍ଧନ କରିବାକୁ ଚେହେରାରେ ମେକଅପ ଲଗାଇଥାନ୍ତି । ତ୍ୱଚାର କ୍ରିମ ଠାରୁ ଆରମ୍ଭର କରି ଆଖି ଓ ଓଠରେ ବିଭିନ୍ନ ପ୍ରକାର କସମେଟିକ ବ୍ୟବହାର କରନ୍ତି । ଏହାକୁ କସମେଟିକକୁ ଅଲଗା ଅଲଗା ରହିଥାଏ । ଏବଂ ସେଗୁଡିକୁ ଅଲଗା ଭାବରେ ବ୍ୟବହାର ମଧ୍ୟ କରାଯାଇଥାଏ । ଆଉ ସବୁ ପ୍ରଡକ୍ଟର ଭିନ୍ନ ଭିନ୍ନ କମ୍ପାନୀ ମଧ୍ୟ ରହିଥାଏ । ଏହି କମ୍ପାନୀ ପ୍ରତିଦିନ ନୂଆ ନୂଆ ପ୍ରଡକ୍ଟ ଲଞ୍ଚ କରିଥାଏ । ଆଉ ଗ୍ରାହକ ନିଜ ପସନ୍ଦର କସମେଟିକ ପ୍ରଡକ୍ଟ କିଣିଥାନ୍ତି ।
ତେବେ ଆମେ ମାନେ ଯେତେବେଳେ କୈାଣସି ଖାଦ୍ୟ ବା ପୋଷାକ ସମ୍ବନ୍ଧୀୟ ଜିନିଷ କିଣିଥାଉ । ତେବେ ଆମେ ପ୍ରଥମେ ଏହାର ମାନ ଯାଞ୍ଚ କରିଥାଉ । ସେହିଭଳି କସମେଟିକ ପ୍ରଡକ୍ଟ କିଣିବା ବେଳେ ମଧ୍ୟ ଏହା ଯାଞ୍ଚ କରିବା ଦରକାର । କାରଣ ଆପଣଙ୍କ ଶରୀର ପାଇଁ ଏହା ଅନେକ ସମୟରେ କ୍ଷତି ପହଞ୍ଚାଥାଏ । ସୂଚନା ଅନୁସାରେ ଅନେକ କସମେଟିକ ରେ କିଛି ରାସାୟନିକ ଜିନିଷର ପ୍ରୟୋଗ ହୋଇଥାଏ । ଯାହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଦାଗ ହୋଇ ଫଳିଯିବା ସହ ମୁହଁ କଳା ପଡିଯାଇଥାଏ । ସେହିପରି ୩ଟି କସମେଟିକ ପ୍ରଡକ୍ଟ କୁ ଆଭଏଡ କରିବା ଉଚିତ୍ ।
ପଥମଟି ହେଉଛି ୱାଟର ପ୍ରୁଫ ମସ୍କାରା-
ଏହାକୁ ସାଧାରଣତଃ ମହିଳା ମାନେ ନିଜ ଆଖି ପତ୍ତାରେ ଲଗାଇଥାନ୍ତି । ତେବେ ୱାଟର ପ୍ରୁଫ ମସ୍କାରା ତିଆରି କରିବା ବେଳେ କମ୍ପାନୀ ଏଥିରେ ପର ଆଣ୍ଡ ଫ୍ଲୋରା ଆଲ୍କାଇଲ୍ ପଦାର୍ଥ ମିଶ୍ରଣ କରିଥାନ୍ତି । ଯାହାକି କିଡନୀ,ମସ୍ତିଷ୍କ ରୋଗ, ବନ୍ଧ୍ୟାକରଣ ଭଳି ରୋଗ ସୃଷ୍ଟିକରିପାରେ । ଫ୍ଲୋରା ଆଲ୍କାଇଲ୍ ଶରୀର ପାଇଁ ଅଧିକ ବିପଦଜନ୍ନକ । ଏହାଦ୍ୱାରା କର୍କଟ, ମଧୁମେହ,ଭଳି ରୋଗ ଭଳି ସମସ୍ୟା ହୋଇପାରେ ।
ଦ୍ୱିତୀୟ ଡ୍ରାଇ ସାମ୍ପ୍ୟୁ-ଆମେ ଆମ ଚୁଟିକୁ ପ୍ରତି ସପ୍ତାହରେ ଦୁଇରୁ ତିନିଥର ସାମ୍ପ୍ୟୁ କରିଥାଉ । ଯାହାଦ୍ୱାରା କେଶ ସିଲ୍‌କି ଓ ସାଇନିଂ ରହେ । କିନ୍ତୁ ନାଁ ଡ୍ରାଇ ସାମ୍ପ୍ୟ କେବେ ବୂବହାର କରିବା ଉଚିତ ନୁହେଁ । କାରଣ ଏଥିରେ ବେନିଜନ ନାମକ ଏକ କ୍ଷତିକାରକ ରାସାୟନିକ ପଦାର୍ଥ ରହିଥାଏ । ଯାହାକୁ ଅଳ୍ପ ପରିମାଣରେ କର୍କଟ ରୋଗ ହେବାର ଆଶଙ୍କା ବଢିଥାଏ ।
ତୃତୀୟଟି ହେଉଛି ହେୟାର ଷ୍ଟ୍ରେଟ୍ କରିବା ସିରମ
ହେୟାର ଷ୍ଟ୍ରେଟ୍ କରିବା ସିରମରେ ଯେଉଁ ରାସାୟନିକ ପଦାର୍ଥ ରହିଥାଏ । ତାହା ଗର୍ଭାଶୟ କର୍କଟ ଓ ସ୍ତନ କର୍କଟ ରୋଗ ବୃଦ୍ଧି କରିବାର ଆଶଙ୍କା ବେଶି ରହିଥାଏ । କାରଣ ଏଥିରେ ପାରାବେନ୍ସ ବିସଫେନଲ ଏ ଏବଂ ଫର୍ମାଲ ଡିହାଇଡ୍ ପରି ପପିଦଜନକ ରାସାୟନିକ ପଦାର୍ଥର ମିଶ୍ରଣ ହୋଇଥାଏ । ଯାହାଫଳରେ ଏକା ମୁଣ୍ଡରେ ଲଗାଇବା ଦ୍ୱାରା ବିପଦ ସୃଷ୍ଟି କରେ ।

Advertisement

Leave a Reply

Your email address will not be published. Required fields are marked *