‘ସମାଜକୁ ନଷ୍ଟ କରୁଛି ସିଂଘମ ଭଳି ବ୍ଲକ ବଷ୍ଟର ଫିଲ୍ମ’- ଜଷ୍ଟିସ ଗୌତମ ପଟେଲ
1 min readମୁମ୍ବାଇ: ବଲିଉଡର ଫିଲ୍ମକୁ ସମାଲୋଚନା କଲେ ବମ୍ବେ ହାଇକୋର୍ଟର ବିଚାପତି । ଫିଲ୍ମରେ ଦେଖାଯାଉଥିବା ପୋଲିସଙ୍କ ହିରୋ ଛବିକୁ ନାପସନ୍ଦ କରିଛନ୍ତି ବିଚାପତି ଜଷ୍ଟିସ ଗୌତମ ପଟେଲ । ସେ କହିଛନ୍ତି ଯେ ବଲିଉଡରେ ଏଭଳି କିଛି ଫିଲ୍ମ ଅଛି ଯାହା ଭୟଙ୍କର ବାର୍ତ୍ତା ଦେଉଛି । ବଲିଉଡର ବ୍ଲକ ବାଷ୍ଟର ଫିଲ୍ମ ସିଂଘମକୁ ନେଇ ଏଭଳି କଛି କହିଲେ ବିଚାରପତି । ସମାଜ ଉପରେ ଖରାପ ପ୍ରଭାବ ପକାଉଛି ସିଂଘମ ଭଳି ବ୍ଲକ ବ୍ଲଷ୍ଟର ସିନେମା ।ଏଭଳି ଫିଲ୍ମରେ ନ୍ୟାୟର ପ୍ରକ୍ରିୟାରକୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ କରି ଦେଖାଉଛନ୍ତି ।ସମାଜକୁ ଭୁଲ ବାର୍ତ୍ତା ଦେଉଛି ଏହିସବୁ ଫିଲ୍ମ ।ଅସଲ ଜୀବନରେ ନ୍ୟାୟ ଦେବାରେ ବିଳମ୍ବ ହେଉଥିବା ବେଳେ କିଛି ଫିଲ୍ମରେ ସାଙ୍ଗେ ସାଙ୍ଗେ ନ୍ୟାୟ ଦେବା ପ୍ରକୃତିକୁ ପ୍ରବର୍ତ୍ତାଉଛି ।
ତେବେ ବମ୍ବେ ହାଇକୋର୍ଟ ବିଚାରପତି ଗୌତମ ପଟେଲ କହିଛନ୍ତି ଯେ, ସିଙ୍ଘମ ପରି ବ୍ଲକବଷ୍ଟର ଫିଲ୍ମରେ ହିରୋ ପୁଲିସ ଯେଉଁଭଳି ଭାବେ ଆଇନ ପ୍ରକ୍ରିୟା ଦିଗକୁ ନଜର ନଦେଇ ତ୍ୱରିତ ନ୍ୟାୟ ପ୍ରଦାନ କରିଛନ୍ତି ସମାଜକୁ ତାହା ଅତ୍ୟନ୍ତ କ୍ଷତିକାରକ ବାର୍ତ୍ତା ଦେଉଛି । ଭାରତୀୟ ପୋଲିସ ଫାଉଣ୍ଡେସନ ଦ୍ୱାରା ବାର୍ଷିକ ଦିବସ ଏବଂ ପୋଲିସ ସୁଧସାର ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏଭଳି ଟିପ୍ପଣୀ ଦେଇଛନ୍ତି । ଆଇନର ପ୍ରକ୍ରିୟା ସହ ଲୋକଙ୍କ ଅଧୌର୍ଯ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।
ବିଚାରପତି କହିଛନ୍ତି, ଏତେ ଅଧୌର୍ଯ୍ୟକୁ କ’ଣ ପାଇଁ । ଆମକୁ ଏକ ପ୍ରକ୍ରିୟା ଦେଇ ଯିବାକୁ ପଡ଼ିବ । ଯେଉଁଠାରେ ଆମେ ନିର୍ଦ୍ଦୋଷ କିଏ ଏବଂ ଦୋଷୀ କିଏ ସେ ସଂକ୍ରାନ୍ତରେ ସଠିକ୍ ନିଷ୍ପତ୍ତି ନେଇପାରିବା । ଏହି ପ୍ରକ୍ରିୟା ଅତି ଧୀର ହୋଇଥାଏ ବୋଲି ବିଚାରପତି କହିଛନ୍ତି ।ଲୋକେ ଭାବୁଛନ୍ତି କୋର୍ଟ ନିଜ କାମ କରୁ ନାହାନ୍ତି ଆଉ ପୋଲିସ ପଦକ୍ଷେପ ନେଲେ ସେମାନେ ଖୁସି ହେଉଛନ୍ତି । ଆଉ ପୁଣି ଫିଲ୍ମରେ ଦୁଷ୍କର୍ମ ଅଭିଯୁକ୍ତର ପୋଲିସ ଏନକାଉଣ୍ଟର କରୁ ଥିବା ଦେଖି ଲୋକେ ଖୁସି ହେଉଛନ୍ତି ଏବଂ ଭାବୁଛନ୍ତି ନ୍ୟାୟ ହୋଇଗଲା । ଏସବୁ କିନ୍ତୁ ଭୁଲ ।