Pratidin TV

Odisha's Digital News Platform

ରାସ୍ତାକୁ ନଇଁପଡିଛି ବିଦ୍ୟୁତ୍ ଖୁଣ୍ଟ , ବାରମ୍ବାର କଟୁଛି ଲାଇନ୍ ; ଅଭିଯୋଗ ପରେ ବି ଶୁୁଣୁନି ବିଭାଗ…

1 min read

ଗଜପତି ; ମନଇଛା କାଟୁଛନ୍ତି ଲାଇନ୍ , ରାସ୍ତାରେ ଶୋଇଛି ବିଦ୍ୟୁତ୍ ଖୁଣ୍ଟ । ବାରମ୍ବାର ଅଭିଯୋଗ ପରେବି ଶୁଣୁନାହିଁ ବିଦ୍ୟୁତ୍ ବିଭାଗ । ଓଲଟା ଘରେ ପଶେ ମିଛରେ କରୁଛି ଫାଇନ୍ ଆଦାୟ । ଏନେଇ ଗଜପତି ଜିଲ୍ଲା ର ସାତୋଟି ପଂଚାୟତର ଶତାଧିକ ଆଦିବାସୀ ବିଦ୍ୟୁତ୍ ଉପୋଭୋକ୍ତା ଙ୍କ ଏକ ବିରାଟ ସମ୍ମିଳନୀ ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଠାରେ ଅନୁଷ୍ଟିତ ହୋଇଥିଲା। ଏହି ସମ୍ମିଳନୀରେ ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କ ସହ ସାତୋଟି ପଂଚାୟତର ସରପଂଚ ସମିତି , ବୁଦ୍ଧିଜୀବୀ ଉପସ୍ଥିତ ରହି ଏହାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ । ଏହି ସଭାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଉପସ୍ଥିତ ରହିବାକୁ ମଧ୍ୟ ଅନୁରୋଧ କରିଥିଲେ । କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କର ଦେଖା ଦର୍ଶନ ନଥିଲା ।

ବାରମ୍ବାର ବିଦ୍ୟୁତ୍ କାଟ ସହ ଜନସାଧାରଣ ଙ୍କୁ ବିଭାଗୀୟ ଅଧିକାରୀ ଓ କର୍ମଚାରି ଦୁର୍ବ୍ୟବହାର କରିବା ଓ ମନଇଛା ଘରେ ପଶି ବିଦ୍ୟୁତ୍ ଉପକରଣ ତନଖିବା ଓ ଜରିମାନା ପକାଇବା ନେଇ ଅଭିଯୋଗ କରିଥିଲେ । ଏପରିକି ଏହି ରାସ୍ତା ଦେଇ ଯାଇଥିବା ବିଦ୍ୟୁତ୍ ତାର କୁ ଗଛ ଡ଼ାଳ ଲାଗି ନିଆଁ ଲାଗୁଥିଲେ ମଧ୍ୟ ତାହାର କୌଣସି ପ୍ରତିକାର କରାଯାଉନାହିଁ । ବିଦ୍ୟୁତ୍ ଖୁଣ୍ଟ ଢଳି ଥିଲେ ଏହାର କୌଣସି ପ୍ରକାର ସୁଧାର କରାଯାଉନାହିଁ , ଫଳରେ ବିପଦସଙ୍କୁଳ ଅବସ୍ଥାରେ ପ୍ରତ୍ୟକ ଦିନ ଜୀବନ କାଟୁଛନ୍ତି ଗ୍ରାମବାସୀ ।

Advertisement

ତେବେ ବାରମ୍ବାର ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଅଞ୍ଚଳ ବାସୀ । ତେବେ ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କ ପ୍ରତିଶ୍ରୁତି ରେ ଆଗାମୀ ବୈଠକ ଜିଲ୍ଲାପାଳ ଓ ବିଦ୍ୟୁତ୍ ବିଭାଗ ଅଧିକାରୀ ମାନଙ୍କୁ ନେଇ ଯଥାଶୀଘ୍ର ଅନୁଷ୍ଟିତ ହେବ ବୋଲି କହିଛନ୍ତି । ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କୁ ମଧ୍ୟ ଅବଗତ କରାଇ ଏହି ଅଞ୍ଚଳରେ ଏକ ସବ ଷ୍ଟେସନ ସ୍ଥାପନ କରିବାକୁ ଦାବି କରିଛନ୍ତି । ତଥାପି ଏନେଇ କୌଣସି ପଦକ୍ଷେପ ନନିଅନ୍ତି ତାହେଲେ ଆଗାମୀ ଦିନରେ ଏକ ବଡଧରଣର ସଂଘର୍ଷ ହେବବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *