Pratidin TV

Odisha's Digital News Platform

୨ୟ ଦିନିକିଆରେ ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ

1 min read

ଆରମ୍ଭ ହୋଇ ଯାଇଛି ଭାରତ-ଅଷ୍ଟ୍ରେଲିଆର୨ୟ ଦିନିକିଆ ମ୍ୟାଚ । ଟସ ଜିତି ପ୍ରଥମେ ଫିଲ୍ଡିଂର ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ । ତେବେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଭାରତ । ଇନ୍ଦେରାରେ ଚାଲିଥିବା ଏହି ମ୍ୟାଚରେ ଭାରତ ଧୂଆଁଧାର ବ୍ୟାଟିଂ କରିଛି । ଏହାରି ଭିତରେ ଭାରତ ଗୋଟେ ୱିକେଟ ହରାଇ ୨୦୦ ରନ ପାର କରି ସାରିଛି । ତେବେ ଇନ୍ଦୋର ଦିନିକିଆରେ ଶ୍ରେୟସ ଆୟର ତାଙ୍କର ଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଶତକ କଲେ ଆୟର । ୮୬ଟି ବଲରୁ ୧୦ଟି ଚୌକା ଏବଂ ୩ଟି ଛକା ମାରି ଶତକ ହାସଲ କରିଛନ୍ତି । ତେବେ ୨ୟ ଦିନିକିଆରେ ଭାରତୀୟ ଦଳରେ ପରିବର୍ତ୍ତନ କରାଯାଇଛି । ଯଶପ୍ରୀତି ବୁମରା ଆଜିର ମ୍ୟାଚ ଖେଳୁ ନାହନ୍ତି । ତାଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ପ୍ରସଦ୍ଧ କ୍ରିଷ୍ଣାଙ୍କୁ ସାମିଲ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *