Pratidin TV

Odisha's Digital News Platform

CBI ଚାର୍ଜଫ୍ରେମକୁ ନେଇ ମୁହଁ ଖୋଲିଲେ ପ୍ରଭାତ ; କହିଲେ ଠକେଇ ଓ ଷଡଯନ୍ତ୍ର ଦଫାରେ କିଛି ସତ୍ୟତା ନାହିଁ …

1 min read

କଟକ ; CBI ଚାର୍ଜଫ୍ରେମକୁ ମିଛ କହିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । କହିଲେ ଏସବୁ ମିଛ ଷଡଯନ୍ତ୍ର । ୨୦୧୮ ରେ ହାଇକୋର୍ଟରେ ମୋ ନାଁ ରେ ଥିବା ମାମଲା କ୍ୱାସିଂ କରିବା ପାଇଁ ହାଇକୋର୍ଟ ଯାଇଥିଲି । ହାଇକୋର୍ଟ ସିବିଆଇ କୁ କହିଥିଲେ ସିବିଆଇ ଏହି ମାମଲାର ଚାର୍ଜଫ୍ରେମ୍ ଦୁଇ ମାସ ମଧ୍ୟରେ କରିବାକୁ । ଦୁଇ ମାସ ସମୟ ଅତିକ୍ରାନ୍ତ କରିସାରିବା ପରେ ଏବେ ସିବିଆଇ ଚାର୍ଜଫ୍ରେମ୍ କରୁଛି । ଆରମ୍ଭରୁ କହିଛି ଧର୍ମର ଜୟ ହେବ । ଚାର୍ଜଫ୍ରେମ୍ ରେ ଠକେଇ ଷଡଯନ୍ତ୍ର ଭଳି ଦଫା ଲାଗିଛି ହେଲେ ଏସବୁ ର କିଛି ସତ୍ୟତା ନାହିଁ । କୋର୍ଟରେ ଆଗକୁ ବିଚାର ହେବ କେତେ ସତ୍ୟତା ରହିଛି ଏସବୁ ଅଭିଯୋଗର । ସେ ଆଉ ମଧ୍ୟ କହିଛନ୍ତି ଯେ ଚାର୍ଜଫ୍ରେମ୍ ନେଇ ତାଙ୍କ ରାଜନୈତିକ କ୍ୟାରିୟର ରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏବେବି କହୁଛି ‘ସମ୍ପୂର୍ଣ ମାମଲାର ଶୁଣାଣି ଶେଷ ନ ହେବା ଯାଏଁ ମୁଁ ଭୋଟ୍ ରାଜନୀତିରେ ଅଂଶଗ୍ରହଣ କରିବି ନାହିଁ ‘।

ବହୁ ଚର୍ଚ୍ଚିତ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗତକାଲି ସିବିଆଇ ପକ୍ଷରୁ ଚାର୍ଜଫ୍ରେମ କରାଯାଇଛି । ମାମଲାର ୯ ବର୍ଷ ପରେ ସିବିଆଇ ଚାର୍ଜଫ୍ରେମ କରିଛି । ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ୱାନ୍ କୋର୍ଟରେ ଚାର୍ଜଫ୍ରେମ୍ କରିଛି ସିବିଆଇ । କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ସିବିଆଇ ପକ୍ଷରୁ ଚାର୍ଜଫ୍ରେମ୍ କରାଯାଇଛି । ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି । ୪୪ଟି ଚିଟ୍ଫଣ୍ଡ ସଂସ୍ଥା ବିରୋଧରେ ସିବିଆଇ ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *