Pratidin TV

Odisha's Digital News Platform

ରାଇତା ବା ଦହିରେ ପିଆଜ ମିଶାଇ ଖାଉଥିଲେ ସାବଧାନ !

1 min read

ଭୁବନେଶ୍ୱର ; କୁହଁନ୍ତି ଖାଇ ଖାଇ କାଙ୍ଗାଳ ଭାରତୀୟ । ଭାରତବାସୀଙ୍କ ପ୍ରଥମ ପ୍ରାୟୋରିଟି, ପସନ୍ଦ ବା ଗୁରୁତ୍ୱ ହେଉଛି ଖାଦ୍ୟ। ଅନ୍ୟଦେଶଗୁଡିକ ଅପେକ୍ଷା ଭାରତୀୟ ମାନେ ନିଜ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ସେ ଭାତ ହେଉ କି ରୁଟି ଭାରତୀୟଙ୍କର ୯ ଭଜା ଛ ତିଅଣ ନହେଲେ ଖାଦ୍ୟ ରୁଚେନା । ସେହିଭଳି ଅନେକ ଲୋକ ଭାତ କିମ୍ବା ରୁଟିରେ ସାଇଟ୍ ଆଇଟମ୍ ଭାବେ ସାଲାଟ୍ , ମିଠା ଦହି କିମ୍ବା ରାଇତା ଖାଇବାକୁ ପସନ୍ଦ କରନ୍ତି । ଅଧିକାଂଶ ଲୋକ ଭାତ ରୁଟିରେ ସାଇଟ୍ ଆଇଟମ୍ ଭାବେ ସ୍ପାଇସି ଖାଦ୍ୟ ପସନ୍ଦ କରନ୍ତି । ଯେପରକି ଲୋକଙ୍କ ପ୍ରଥମ ପସନ୍ଦ ରାଇତା । ଯାହା ଦହି କାକୁଡି,ଗାଜର ଓ ପିଆଜରେ ପ୍ରସ୍ତୁତ ହୋଇଥାଏ । ଏହା ବିରିୟାନି ସହ ଲୋକଙ୍କ ପ୍ରଥମ ପସନ୍ଦ ପଲାଟିଛି । ତା ସହ ଘରେ ଘରେ ଏହି ରାଇତାକୁ ହେଲଦୀ ଖାଦ୍ୟ ଭାବି ଅନେକ ନିଜ ଖାଦ୍ୟରେ ସାମିଲ କରିଥାନ୍ତି । କାରଣ ଦହିରେ ଥିବା ପ୍ରୋ-ବାୟୋଟିକ୍ ଗୁଣ ଯୋଗୁଁ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ରାଇତା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ। ଖାଲି ସେତିକି ନୁହେଁ, ଦହି ଖାଇଲେ ଓଜନ ହ୍ରାସ ହୋଇଥାଏ। ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିଯନ୍ତ୍ରଣ କରିଥାଏ ଦହି।

କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ଦହି ଆଏ ପିଆଜକୁ ମିଶାଇ ଖାଇବା ଦ୍ୱାରା ଏହା ଆମ ପେଟ ବିଷରେ ବିଷ ପାଲଟିଥାଏ । କଞ୍ଚା ପିଆଜ। ଦହିରେ ପିଆଜ ମିଶାଇ ଖାଇଲେ ଏହା ଶରୀରରେ ବିପରିତ ପ୍ରତିକ୍ରିୟା କରାଏ। ଫୁଡ୍ ପଏଜନିଂ ଭଳି ସମସ୍ୟା ସୃଷ୍ଟି କରିପାରେ।

Advertisement

ଆୟୁର୍ବେଦରେ ଦହି ଓ ପିଆଜକୁ ବିପରିତ ଗୁଣ ଥିବା ଖାଦ୍ୟ ଭାବେ ବର୍ଣ୍ଣନା କରାଯାଇଛି। ପିଆଜ ଗରିଷ୍ଠ ଖାଦ୍ୟ ହୋଇଥିବା ବେଳେ ଦହି ଥଣ୍ଡା ଖାଦ୍ୟ। ଦହି ଓ ପିଆଜକୁ ଏକାଠି ଖାଇଲେ, ଏହା ଶରୀରରେ ଥିବା ବାତ, ପୀତ ଓ କଫର ସନ୍ତୁଳକୁ ବିଗାଡ଼ି ଥାଏ।ଏହାଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ଯେମିତି କି ଅମ୍ଳତା, ପେଟ ଫାଙ୍କିବା, ବଦହଜମି ଭଳି ପାର୍ଶ୍ବ ପ୍ରତିକ୍ରିୟା କରାଏ। କେତେକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦହି ଓ କଞ୍ଚା ପିଆଜ ଅତ୍ୟଧିକ ଉତ୍ତାପ ସୃଷ୍ଟି କରେ ଏବଂ ବିଷାକ୍ତ ପଦାର୍ଥର ସ୍ତରକୁ ବଢ଼ାଇ ଦିଏ। ଯାହାଦ୍ବାରା ଆଲର୍ଜି, ଚର୍ମ କୁଣ୍ଡାଇ ହେବା, ଏକ୍ଜିମା ଓ ସୋରିୟାସିସ୍ ଭଳି ରୋଗ କରାଏ । କେତେକ କ୍ଷେତ୍ରରେ, ଏହି ପ୍ରତିକ୍ରିୟା ଭୟଙ୍କର ହୋଇପାରେ। ଯେମିତି କି ବାନ୍ତି ହେବା ସହିତ ଫୁଡ୍ ପଏଜନ ବା ଖାଦ୍ୟ ବିଷାକ୍ତ ହୋଇଯାଏ।

Leave a Reply

Your email address will not be published. Required fields are marked *