Pratidin TV

Odisha's Digital News Platform

ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା , ବିଧାନସଭା ମୁଲତବି

1 min read

ଭୁବନେଶ୍ୱର: ୨ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ । ବାଚସ୍ପତି ବସିଥିବା ପୋଡିୟମ ପାଖକୁ ଆସି ପାଟିଗୋଳ ଆରମ୍ଭ କରି ଦେଇଥିଲେ ବିଜେପି ବିଧାୟକ । ବିଜେପି ଆଣିଥିବା ମୁଲତବି ପ୍ରସ୍ତାବ ଗୃହିତ ନ ହେବାରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ । ମନ୍ତ୍ରୀ ବଡ଼ ନା ସଚିବ ବଡ଼ ପ୍ରସଙ୍ଗକୁ ନେଇ ବିରୋଧୀ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ । ହେଲେ ଏହାକୁ ଗୃହିତ ନ ହେବାରୁ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ସେହିପରି ଜାତୀୟ ରାଜପଥରେ ଓଡ଼ିଶାକୁ ଅବହେଳା କ଼ରିଥିବା ନେଇ ପ୍ରସଙ୍ଗ ଉଠାଇଲା ବିଜେଡି । ଏଥି ସହ କେନ୍ଦ୍ର ଉପରେ ବର୍ଷିଥିଲା । ପରେ ପରେ ଦିନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି ପ୍ରମିଳା ମଲ୍ଲିକ ।

Advertisement

Leave a Reply

Your email address will not be published. Required fields are marked *