Pratidin TV

Odisha's Digital News Platform

ଅକ୍ଟୋବର ମାସର ଏହି ଦିନ ଗୁଡିକରେ ବନ୍ଦ ରହିବ ବ୍ୟାଙ୍କ, ସାରି ଦିଅନ୍ତୁ ଜରୁରୀ କାର୍ଯ୍ୟ…

1 min read


ଆସିଯାଇଛି ପାର୍ବଣ ଋତୁ । ଆଉ ଏହି ସମୟରେ ଅନେକ ପୂଜା ପାର୍ବଣ ଉତ୍ସବ ଆଦି ପାଳିତ ହେବ । ଖାସକାରୀ ଅକ୍ଟୋବର ମାସରେ ଅନେକ ପୂଜା ପର୍ବାଣି ପଡିଥାଏ । ଏହି ମାସରେ ଖାସ କରି ଦୁର୍ଗାପୂଜା ପର୍ବ ପାଳନ କରାଯାଇଥାଏ । ରାଜ୍ୟ ସମେତ ଦେଶର ଅନେକ ସ୍‌ଥାନରେ ଦୁର୍ଗାପୂଜାକୁ ଖୁସିରେ ବହୁ ଧୁମ ଧାମରେ ପାଳନ କରାଯାଇଥିାଏ । ସେଥିପାଇଁ ବିଭିନ୍ନ ସରକାରୀ ଅନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ଗୁଡିକ ବନ୍ଦ ରହେ । ତେବେ ଦୁର୍ଗାପୂଜା ବ୍ୟତୀ ଅନ୍ୟ ପର୍ବ ପର୍ବାଣୀ ପଡୁଥିବାରୁ ବନ୍ଦ ରହିବ ବ୍ୟାଙ୍କ । ତେଣୁ ବ୍ୟାଙ୍କରେ ଥିବା ନିଜର ଜରୁରୀ କର୍ଯ୍ୟ ଗୁଡିକ ଜଲ୍‌ଦୀ ଜଲ୍‌ଦୀ ଶେଷ କରିଦିଅନ୍ତୁ ।


ଅକ୍ଟୋବର ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ଯାହାର ଛୁଟି ତାଲିକା ମଧ୍ୟ ୱେବ ସାଇଟରେ ପ୍ରାକାଶ ପାଇଛି । ଏହି ମାସରେ ପାଖାପାଖି ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ସହିତ ସପ୍ତାହିକ ଛୁଟି ମଧ୍ୟ ଏଥିରେ ସାମିଲ ରହିବ । ତାଲିକାକୁ ଦେଖିିବାକୁ ଗଲେ ଅକ୍ଟୋବର ୧,୮,୧୫,୨୨,୨୯ ତାରିଖ ରବିବାର ହୋଇଥିଲେ ୨ ତାରିଖରେ ଗାନ୍ଧୀ ଜୟନ୍ତି । ୧୪ ତାରିଖରେ ମହାଳୟା,୨୧ ତାରିଖରେ ମହାସପ୍ତମୀ, ୨୩ ମହାନବମୀ ବା ବିଜୟା ଦଶମୀ ୨୪ ତାରିଖ ଦଶହରା ଏବଂ ୨୫ ତାରିଖରେ ଦୁର୍ଗାପୂଜା ଭସାଣି ପଡୁଛି ଏହି ତିନିଦିନ ଛୁଟି ରହିବ ବ୍ୟାଙ୍କ । । ସେହିପରି ୨୮ ତାରିଖରେ ଗଜଲକ୍ଷ୍ମୀ ପୂଜା ଏବଂ ୩୧ ତାରିଖରେ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତି । ତେଣୁ ଏହି ସବୁଦିନ ଗୁଡିକରେ ବ୍ୟାଙ୍କ ସମ୍ପର୍ଣ୍ଣ ବନ୍ଦ ରହିବ । ଯଦି ଆପଣଙ୍କ ଛୁଟି ଦିନ ଗୁଡିକରେ କୈାଣସି ଜରୁରୀ କାର୍ଯ୍ୟ ଥାଏ ତେବେ ଅନ୍ ଲାଇନ ସେବା ମଧ୍ୟ ଉପଲବ୍ଧ ରହିବ ।ଫଳରେ ଆପଣ ଅନ୍ ଲାଇନ ମାଧ୍ୟମରେ ନିଜର କାର୍ଯ୍ୟ ସମ୍ପାଦନ କରିବେ ।

Advertisement

Leave a Reply

Your email address will not be published. Required fields are marked *