Pratidin TV

Odisha's Digital News Platform

ବିବାହ ସାରି ସ୍ୱାମୀ ରାଘବଙ୍କ ସହ ଶାଶୁଘର ଅଭିମୁଖେ ବାହାରିଲେ ପରିଣୀତି; ଦିଲ୍ଲୀରେ ହେବ ଗ୍ରାଣ୍ଡ ରିସେପ୍ସନ

ନୂଆଦିଲ୍ଲୀ: ବିବାହ ପରେ ଶାଶୁଘରକୁ ବାହାରିଲେ ପରିଣୀତି ଚୋପ୍ରା । ସ୍ୱାମୀ ରାଘବଙ୍କ ସହ ଦିଲ୍ଲୀ ଅଭିମୁଖେ ଗଲେ ଅଭିନେତ୍ରୀ । ତେବେ ଗତକାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ତେବେ ଉଦୟପୁରରେ ବଡ ଧୁମଧାମରେ ବିବାହ କରିବା ପରେ ଆଜି ଉଦୟପୁରରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ତେବେ ବିବାହ ପରେ ଆଜି ସୋସିଆଲ ମିଡିଆରେ ଫଟୋ କରି ସମସ୍ତଙ୍କୁ ଆର୍ଶୀବାଦ କାମନା କରିଥିଲେ ନବଦମ୍ପତ୍ତି । ବିବାହ ଫଯୋ ଦେଇ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ତେବେ ବିବାହ କାର୍ଯ୍ୟ ସାରି ନବ ଦମ୍ପତ୍ତି ଦିଲ୍ଲୀ ବାହାରିଥିଲେ କାରଣ ପରିନୀତିଙ୍କ ଶାଶୁଘର ଦିଲ୍ଲୀରେ ଥିବା ବେଳେ ବିବାହ ପରେ ସେ ସେଠାକୁ ଯାଇଛନ୍ତି । ତେବେ ବିବାହ ପରେ ସେଠାରେ ରାଘବଙ୍କ ପରିବାର ପକ୍ଷରୁ ଏକ ରିସେପସନ ପାର୍ଟିର ଆୟୋଜନ ହେବ ।ଏଥିପାଇଁ ସେମାନେ ଦିଲ୍ଲୀ ଗସ୍ତ କରିଛନ୍ତି ।ଏହାପରେ ମୁମ୍ବାଇରେ ଆଉ ଏକ ପାର୍ଟି ରଖିବେ ଟେଉଁରେ ବଲିଉଡର କଳାକାରମାନେ ଯୋଗେ ଦେବେ ବୋଲି ଜଣାପଡିଛି ।

ବିବାହ ପରେ ପ୍ରଥମେ ଉଭୟ ହେଟେଲରୁ ବାହାରୁଥିବା ବେଳେ ମିଡିଆଭ୍‌କ ସହ କଥା ହୋଇଥିଲେ । ଏହାପରେ ଏୟାରପୋର୍ଟ ଯାଇଥିଲେ । ଏହି ସମୟରେ ପରିନୀତି ଜିନ୍ସ ସହ ଗୋଲାପି ରଙ୍ଗର ଅଫ ସୋଲ୍ଡର ଟପ୍ସ ପିନ୍ଧିଥିବା ବେଳେହାତରେ ଚୁଡା ଏବଂ ମୁଣ୍ଡରେ ସିନ୍ଦୁର ଥିବା ଦେଖିବାକୁ ମିଳିଛି । ସେହିପରି ରାଘବ ଧଳା ସାର୍ଟ ସହ ଫର୍ମାଲ ପ୍ୟାଣ୍ଟରେ ନଜର ଆସିଥିଲେ । ଦିଲ୍ଲୀରେ ହେବାକୁ ଥିବା ବଡ ଭୋଜିରେ ଅନେକ ରାଜନେତା ଯୋଗ ଦେବେ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *