ଭାରତ ଦେଲା ଗ୍ରୀନ ସିଗନାଲ୍,ବିଶ୍ୱକପ ୨୦୨୩ ପାଇଁ ବାବର ଆଜାମଙ୍କ ଟିମ ଆସିବ ଇଣ୍ଡିଆ
1 min readପାକିସ୍ତାନ ପ୍ରେମୀଙ୍କୁ ମିଳିଲା ଖୁସିର ଖବର । ବିଶ୍ୱକପ ପାଇଁ ପାକିସ୍ତାନର ସବୁ ଦ୍ୱନ୍ଦ ଏବେ ଦୂର ହୋଇଛି । କାରଣ ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକସ୍ତାନର ଭିସା ସାଜିଥିଲା କଣ୍ଟା । ଭାରତ ଗସ୍ତ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ଟିମକୁ ମିଳି ନଥିଲା ଭିସା । ଯାହାଫଳରେ ପାକିସ୍ତାନକୁ ଭାରତ ଭିସା ନ ମିଳିବାରୁ କ୍ରିକେଟ ଫ୍ୟାନ୍ସ ଚିନ୍ତାରେ ରହିଥିଲେ । ଆଉ ଏବେ ସରକାର ଭିସା ପ୍ରଦାନ କରିବା ପରେ ଖୁସି ହୋଇଛନ୍ତି ପାକିସ୍ତାନ ପ୍ରେମୀ । ତେବେ ଭିସା ମିଳିବାରୁ ଆସନ୍ତା ୨୭ରେ ହାଇଦ୍ରାବାଦ ଆସି ପହଞ୍ଚିବ ବାବରଙ୍କ ଟିମ । ଏହାପରେ ୨୯ ସେପ୍ଟେମ୍ବରେ ଏକ ୱାର୍ମ ଅପ ମ୍ୟାଚ ଖେଳିବ ପାକିସ୍ତାନ । ତାପରେ ସିଧା ଯାଇ ଅକ୍ଟୋବର ୬ରେ ବିଶ୍ୱକପ ପାଇଁ ନେଦରଲ୍ୟାଣ୍ଡ ସହ ମୁହାଁମୁହିଁ ହେବ । ଭାରତୀୟ ଭିସା ମିଳିବାରେ ବିଳମ୍ବ ହେବାରୁ ପିସିବି ଅତ୍ୟନ୍ତ ଅସନ୍ତୁଷ୍ଟ ରହିଛି ।
ସୂଚନାଅନୁଯାୟୀ , ବିଶ୍ୱକପ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି । ଏହା ଫାଇନାଲ ଅକ୍ଟୋବର ୧୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୧୪ରେ ଭାରତ -ପାକିସ୍ତାନ ମଧ୍ୟରେ ପୁଣି ଏକ ହାଇ ଭୋଲଟେଜ ମ୍ୟାଚ ଦେଖିବାକୁ ମିଳି ।
ପାକିସ୍ତାନ ଟିମ ସମସ୍ତ କେଳାଳିଙ୍କୁ ନେଇ ପ୍ରି ୱାର୍ଲ୍ଡକପ କ୍ୟାମ୍ପ ପାଇଁ ଦୁବାଇ ଯାତ୍ରା କରି ଥାନ୍ତି ଏହାପରେ ସେଠାରୁ ସିଧାସଳଖ ଭାରତ ଆସିଥାନ୍ତା କିନ୍ତୁ ଭିସା ମିଳିବାରେ ବିଳମ୍ବ ହେବା ହେତୁ ପାକିସ୍ତାନକୁ ଏହି ପ୍ଲାନ ବାତିଲ କରିବାକୁ ପଡିଛି । ବର୍ତ୍ତମାନ ସିଧାସଳଖ ପାକିସ୍ତାନରୁ ଭାରତ ଆସିବ ଦଳ ।