Pratidin TV

Odisha's Digital News Platform

କ୍ୟାପିଟାଲ ହସ୍ପିଟାଲରରେ ପିଲା ଅଦଳବଦଳ ଅଭିଯୋଗ ; ପୁଅ କହି ଝିଅ ଦେଲେ …

1 min read

ଭୁବନେଶ୍ୱର ; ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଚାଞ୍ଚଲ୍ୟ । ହସ୍ପିିଟାଲରେ ଶିଶୁ ଅଦଳବଦଳିକୁ ନେଇ ଅଭିଯୋଗ ଆଣିଲେ ରାଜକନିକା ଅଞ୍ଚଳର ପ୍ରାଣ କୃଷ୍ଣ ବିଶ୍ଵାଳ । ଏନେଇ ପ୍ରାଣକୃଷ୍ଣ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାଇ ଆଜି ସକାଳୁ ପ୍ରାଣକୃଷ୍ଣ ପତ୍ନୀ ସମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ହସ୍ପିଟାଲ ରେ ପୁତ୍ର ସନ୍ତାନ ଜନ୍ମ ହେଇଥିଲା ବୋଲି ପରିବାର କୁ ଜଣେଇ ଥିଲେ ହସ୍ପିଟାଲର ନର୍ସ । କିନ୍ତୁ କିଛି ସମୟରେ ପରେ କନ୍ୟା ସନ୍ତାନ ଆଣି ଦେଇଥିଲେ । ପ୍ରାଣ କୃଷ୍ଣ ନିଜ ପୁତ୍ର ସନ୍ତାନ କୁଆଡେ ଗଲା ପଚାରି ଥିଲେ । କିନ୍ତୁ ଭୁଲ ରେ ପୁତ୍ର ସନ୍ତାନ ଜନ୍ମ ହେଇଥିଲା ବୋଲି କହିଦେଇଛନ୍ତି ବୋଲି କହିଥିଲେ କତୃପକ୍ଷ। ଏନେଇ କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟ ଓ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ପ୍ରାଣ କୃଷ୍ଣ। ଅସ୍ତ୍ରୋପଚାର ସମୟର ଥିବା ସମସ୍ତ ଡ଼ାକ୍ତର , ଅନ୍ୟ ଷ୍ଟାଫ କୁ ତଦନ୍ତ ପରିସର ଭୂତ କରିବା ସହ ସିସିଟିଭି କୁ ଯାଞ୍ଚ କରାଯାଉ ଓ ୟଦ୍ଭବ ଟେଷ୍ଟ କରାଯାଉ। ମୋ ପିଲା କୁ ମତେ ଦିଆଯାଉ ବୋଲି ଅଭିଯୋଗ କରିଛନ୍ତି ପ୍ରାଣକୃଷ୍ଣ ।

Advertisement

ଅଭିଯୋଗ ପରେ କ୍ୟାପିଟାଲ ହସ୍ପିଟାଲ ଡାଇରେକ୍ଟ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସମସ୍ତ ଡାକ୍ତର , ଷ୍ଟାଫକୁ ପୁଅ ଜନ୍ମ ହେଇଥିଲା କହିଁ କେମିତି କନ୍ୟା ସନ୍ତାନ ପରିବାର ଲୋକଙ୍କୁ ଦେଲେ ସେ ନେଇ ତଦନ୍ତ ଆରମ୍ଭ ହେଇଥିବା ବେଳେ ସିସିଟିଭି ଯାଞ୍ଚ କରାଯାଉଛି। ଆବଶ୍ୟକ ପଡିଲେ ପିଲା ଓ ବାପା ଙ୍କ ଊଘଇ ଟେଷ୍ଟ କରାଯିବ ବୋଲି କହିଛନ୍ତି ଡାଇରେକ୍ଟର (ଲକ୍ଷ୍ମୀଧର ସାହୁ)ା ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ଏତେ ବଡ ଭୁଲ କେମିତି ହେଲେ ନା କିଛି ଭୁଲ୍ ବୁଝାମଣା ପାଇଁ ଏମିତି ହେଇଚି ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।

Leave a Reply

Your email address will not be published. Required fields are marked *