Pratidin TV

Odisha's Digital News Platform

(ଭିଡିଓ) ବ୍ୟାଗ ନ ବୋହିବାରୁ ଛାତ୍ରଙ୍କ ଉପରେ ରାଗିଗଲେ ପ୍ରଧାନଶିକ୍ଷୟିତ୍ରୀ, କହିଲେ କୁକୁର!

1 min read

ଭଦ୍ରକ: ୧୦ ବର୍ଷର ଛାତ୍ରଙ୍କୁ ଦୁର୍ବବ୍ୟବହାର କଲେ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ । ଭ୍ୟାନିଟ ବ୍ୟାଗ ନଧରିବାରୁ ଶିକ୍ଷକ କହିଲେ କୁକୁର । ଯାହାକୁ ଶୁଣି ପିଲାଟି ମନରେ ଲାଗିଛି ଆଘାତ । ଯାହାଫଳରେ ପିଲାଟି ବିଦ୍ୟାଳୟ ଯିବାକୁ ମନ ବଳାଉ ନାହିଁ । ଆଉ ନିଜ ଛୁଆ ସହ ଏଭଳି ଅତ୍ୟାଚାର ହୋଇଥିବା ଜାଣି ନ୍ୟାୟ ଦାବି କରିଛନ୍ତି ଛାତ୍ରଙ୍କ ବାପା । ତେବେ ଏଘଟଣାଟି ଭଦ୍ରକ ଜିଲ୍ଲାରେ ଘଟିଛି । ଛାରିଘାରିଆ ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ୫ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ନିଜ ବ୍ୟାଗ ଉଠାଇବାକୁ ପ୍ରଧାନଶିକ୍ଷୟିତ୍ରୀ ଜଣ କହିଥିଲେ ତେବେ ଛୁଆଟି କଥା ନ ଶୁଣିବାକୁ ତାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାର ଥଟ୍ଟା କରିଥିଲେ ।

ଏନେଇ ପୁଅ କାନ୍ଦି କାନ୍ଦି ଯାଇ ଘରେ ଜଣାଇଥିଲା । ଏହା ପରେ ପୁଅକୁ ନ୍ୟାୟ ଦେବା ପାଇଁ ଜଣେ ପିତାଙ୍କ ବାହାରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ , ମୋ ଛୁଆକୁ ସ୍କୁଲ ହେଡ଼ ଦିଦି କହିଲେ କୁକୁର, କେବଳ ଦିଦିଙ୍କ କାନ୍ଧ ବ୍ୟାଗ ବୋହିଲାନି ବୋଲି । ଏହା ଶୁଣିବା ପରେ ମୋ ପୁଅ ଲାଜରେ ସ୍କୁଲ ଯାଉନାହିଁ କି ତା ସାଙ୍ଗମାନେ ମଧ୍ୟ ତା ସହ କଥା ହେଉନାହାନ୍ତି ଓଲଟା ମୋ ପୁଅକୁ କୁକୁର କହି ଚିଡାଉଛନ୍ତି ।ଏ ବାବଦରେ ସମସ୍ତଙ୍କୁ ଜଣାଇଲି ଏମିତିକି ବିଇଓ,ଡିଇଓ,ଜିଲ୍ଲାପାଳ ଙ୍କୁ ମଧ୍ୟ ଜଣାଇଲି କିନ୍ତୁ କେହି କିଛି ବୁଝିଲେ ନାହିଁ ।ଆଜିକୁ ୧୫ ଦିନ ହେଲା ଏ କଥା ପାଇଁ ମୋ ପୁଅ ସ୍କୁଲ ମଧ୍ୟ ଯାଉନାହିଁ କି କୌଣସି ଦିଦି କି ସାର ମଧ୍ୟ ତାକୁ ଡାକିବାକୁ ଆସୁନାହାନ୍ତି । ତେଣୁ ମୋତେ ନ୍ୟାୟ ଦିଅନ୍ତୁ କହି ଭଦ୍ରକ ସହର ସ୍ଥିତ ଚାରିଘରିଆ ପାତ୍ର ସାହି ପ୍ରାଥମିକ ବିଦ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି କୁକର ଆଖ୍ୟା ପାଇଥିବା ଛାତ୍ର ଓ ତାର ବାପା । ବିଦ୍ୟାଳୟର ଦିଦି ଙ୍କୁ ବହିଷ୍କାର ନହେବାଯାଏ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ବୋଲି କହିଛନ୍ତି ଛାତ୍ରଙ୍କ ବାପା ।

Advertisement

ଏଭଳି ଘଟଣା କୁ ୧୫ ଦିନ ବିତିଲାଣି କିନ୍ତୁ ଦୁର୍ଭାଗ୍ୟର ବିଷୟ ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀ କାଳେ ଅବଗତ ନାହାନ୍ତି ବୋଲି ନିଜେ କହିଛନ୍ତି ଡିଇଓ । ତେବେ ଧାରଣା ରେ ବସିବାପରେ ବ୍ଲକ ଶିକ୍ଷାଧିକାରୀ ଙ୍କ ନିର୍ଦ୍ଦେଶ ରେ ଧାରଣା ସ୍ଥଳରେ ପହଂଚିଥିଲେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଆଉ ପ୍ରତିଶୃତି ମଧ୍ୟ ଦେଇଥିଲେ ଆସନ୍ତା କାଲି ସଠିକ ତଦନ୍ତ ହେବ ଏବଂ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ । ତେବେ ଆସନ୍ତା କାଲିର ବ୍ଲକ ଶିକ୍ଷାଧିକାରିଙ୍କ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *