Pratidin TV

Odisha's Digital News Platform

ରାଜ୍ୟରେ ୧୦ ହଜାର ନିଯୁକ୍ତି ଦେବ ପିଡବ୍ଲ୍ୟୁସି: ଭୁବନେଶ୍ୱରରେ ଖୋଲିଲା ନୂତନ କାର୍ଯ୍ୟାଳୟ

1 min read

ଭୁବନେଶ୍ୱର: ପିଡବ୍ଲୁସି ଇଣ୍ଡିଆ ଭୁବନେଶ୍ୱରରେ ଏହା ନୂତନ କାର୍ଯ୍ୟାଳୟ ଖୋଲିଛି । ପିଡବ୍ଲୁସି ଏହି ରାଜ୍ୟ ଓ ଏହାର ଆଖପାଖ ଅଂଚଳର ବିବିଧ ଦକ୍ଷତାର ପ୍ରତିଭାଙ୍କୁ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ନିଜର ନୂଆ ରଣନୀତି “ଦି ନିଉ ଇକୁଏସନ୍‌”ର ଅଂଶସ୍ୱରୂପ ଆସନ୍ତା ୫ ବର୍ଷରେ ୧୦,୦୦୦ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବା ଲାଗି କଂପାନିର ପ୍ରତିବଦ୍ଧତା ଅନୁସାରେ ଏହି ସମ୍ପ୍ରସାରଣ କରାଯାଇଛି ।

ଭାରତରେ ପିଡବ୍ଲୁସିର ଅଧ୍ୟକ୍ଷ ସଂଜୀବ୍ କ୍ରିଷନ କହିଛନ୍ତି ଯେ, “ଆମର ପ୍ରତିଭାମାନେ କେବଳ ମେଟ୍ରୋ ମଧ୍ୟରେ ସୀମିତ ନାହାନ୍ତି ଓ ଆମେ ଅନ୍ୟ ସହରଗୁଡ଼ିକରେ ମଧ୍ୟ ଦକ୍ଷ ପେସାଦାରଙ୍କ ଦକ୍ଷତାକୁ ବ୍ୟବହାର କରିବାକୁ ଚାହୁଛୁ । ଓଡ଼ିଶାର ସମୃଦ୍ଧ ଶିକ୍ଷା ବ୍ୟବସ୍ଥା ପ୍ରତିବର୍ଷ ବଡ଼ ସଂଖ୍ୟାର ଇଞ୍ଜିନିୟର୍‌, ଆଇନ୍ ଓ ମ୍ୟାନେଜମେଂଟ୍ ସ୍ନାତକ ସୃଷ୍ଟି କରୁଛି । ଏହା ସହିତ, ଏହି ରାଜ୍ୟ ହେଉଛି ନିବେଶର ଏକ ଉପଯୁକ୍ତ ସ୍ଥଳ ଏବଂ ଏଠାରେ ଭାରତର ଅଗ୍ରଣୀ ସଂସ୍ଥା ରହିଛନ୍ତି ଯଥା ତାହା କଂଗ୍ଲୋମୋରେଟ୍ ହେଉ, ପ୍ରଯୁକ୍ତିର ଅଗ୍ରଣୀ ସଂସ୍ଥା, ପିଏସ୍‌ୟୁ କିମ୍ବା ଭାରତରୁ ସୃଷ୍ଟି ହୋଇଥିବା କଂପାନି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆମର କ୍ଲାଏଂଟ୍ ଯାହାଙ୍କୁ ସ୍ଥାନୀୟ ଭାବେ ସେବା ପ୍ରଦାନ କରାଯାଇପାରିବ ।’’

Advertisement

ସଂଜୀବ୍‌ କହିଛନ୍ତି ଯେ, “ପିଡବ୍ଲୁସିରେ ଆମର ଉଦ୍ୟମ ଭାରତର ୫ ଟ୍ରିଲିଅନ୍‌ ଡଲାର ଅଭିଳାଷ ସହ ଯୋଡ଼ି ହୋଇରହିଛି । ସାରା ଦେଶରେ ନିଯୁକ୍ତିର ସୁଯୋଗକୁ ପୂରଣ କରିବା ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଆମେ ତାହାକୁ ଆମ ଅଭିବୃଦ୍ଧି ରଣନୀତିର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ କରିଛୁ । ୨୦୦୬ରୁ ୨୦୧୭ ମଧ୍ୟରେ ପ୍ରଥମ ଶ୍ରେଣୀ ଓ ମେଟ୍ରୋ ସହରଗୁଡ଼ିକ ତୁଳନାରେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହରଗୁଡ଼ିକର ରିଟେଲ୍‌/ଖୁଚୁରା ଭିତିଭୂମିରେ ପାଂଚ ଗୁଣା ଅଧିକ ପୁଂଜିନିବେଶ ହାସଲ କରିଛନ୍ତି, ଯାହା ଏହି ସହରଗୁଡ଼ିକରେ ରହିଥିବା ପ୍ରତିବଦ୍ଧତାକୁ ଦୋହରାଉଛି ।’’

ବ୍ୟବସାୟ ଅଭିବୃଦ୍ଧି ପାଇଁ ରାଜ୍ୟରେ ରହିଥିବା ଦ୍ରୁତ ଅଭିବୃଦ୍ଧିଶୀଳ ପରିବେଶକୁ ନେଇ ସଂଜୀବ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତର ଅଭିବୃଦ୍ଧି କାହାଣୀ ପ୍ରତି ଆମ ପ୍ରତିବଦ୍ଧତାର ସ୍ୱୀକୃତି ହେଉଛି ଭୁବନେଶ୍ୱର କାର୍ଯ୍ୟାଳୟ । ଭୁବନେଶ୍ୱରରେ ଆମର ନୂଆ କାର୍ଯ୍ୟାଳୟ ହେଉଛି ଏକ ନମନୀୟ, ବିବିଧ-ବ୍ୟବହାର କାର୍ଯ୍ୟାଳୟ ଯାହା ଏହି ଅଂଚଳର କ୍ଲାଏଂଟ୍‌ମାନଙ୍କୁ ସେବା ପ୍ରଦାନ କରିବ । ଭୁବନେଶ୍ୱର ବ୍ୟତୀତ ଏହି ସଂସ୍ଥା ନିକଟରେ ଏହାର ପରିଚାଳନାକୁ ଜୟପୁରକୁ ସମ୍ପ୍ରସାରଣ କରିଛି । ଆଗାମୀ ବର୍ଷରେ ଏହା ନୋଏଡା ଓ ଥାନେରେ ଶାଖା କାର୍ଯ୍ୟାଳୟ ଖୋଲିବ ।

Leave a Reply

Your email address will not be published. Required fields are marked *