Pratidin TV

Odisha's Digital News Platform

୨୦ଗୋଟି ପଞ୍ଚାୟତ ବାସୀଙ୍କ ସ୍ୱପ୍ନ ହେଲା ପୂରଣ, ହାଣ୍ଡିଘର ତାରାତାରିଣୀ ତିଆରି ହେଲା ବିଜୁ ସେତୁ…

1 min read


ଗଞ୍ଜାମ: ଦୀର୍ଘ ବର୍ଷର ଦାବିରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଶେଷରେ ଋଷିକୂଲ୍ୟା ନଦୀ ଉପରେ ହେଲା ଋଷିକୂଲ୍ୟା ସେତୁ । ପ୍ରାୟ ୨୦ ଟି ପଞ୍ଚାୟତର ଶହ ଶହ ଗ୍ରାମବାସୀ ଉପକୃତ ହୋଇଛନ୍ତି । ନିର୍ମିତ ହୋଇଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ହାଣ୍ଡିଘର ପଞ୍ଚାୟତ ନିକଟରେ ଏହି ସେତୁ ନିର୍ମାଣ କରାଯାଇଛି । ଏଯାହାକି ସିଧାସଳଖ ଭାବେ ହାଣ୍ଡିଘରରୁ ତାରାତାରିଣୀକୁ ସଂଯୋଗ କରୁଛି । ତେବେ ବହୁତ ଦିନରୁ ସେତୁଟିଏ ପାଇଁ ଗ୍ରାମବାସୀ ମାନେ ଦାବି କରିଆସୁଥିଲେ । କାରଣ ପାଖାପାଖି୨୦ଖଣ୍ଡ ପଞ୍ଚାୟତର ଲୋକମାନଙ୍କୁ ତାରାତାରିଣୀ ଯିବାକୁ ହେଲେ ବୁଲି ବୁଲି ଯିବାକୁ ପଡୁଥିଲା । ନଚେତ ଡ଼ଙ୍ଗାରେ ଋଷିକୂଲ୍ୟା ନଦୀ ପାରି ହୋଇ ଯାଉଥିଲେ । କିନ୍ତୁ ଯେତେବେଳେ ଋଷିକୂଲ୍ୟା ନଦୀରେ ଅଧିକ ପାଣି ଆସିଯାଉଥିଲା ସେତେବେଳେ ନଦୀ ପାର ହେବା କାଠିକର ପାଠ ହୋଇଯାଉଥିଲା । ଯାହାଫଳରେ ପୁରୁଷୋତ୍ତମପୁର ସହର ୧୩ କିଲୋମିଟର ଦେଇ ତାରାତାରିଣୀରେ ପହଞ୍ଚୁଥିଲେ ଲୋକମାନେ । ବର୍ତ୍ତମାନ ଏହି ବିଜୁ ସେତୁ ଯୋଜନାରେ ଋଷିକୂଲ୍ୟା ନଦୀ ଉପରେ ଋଷିକୂଲ୍ୟା ସେତୁ ହେବା ପରେ ଦୀର୍ଘ ବର୍ଷର ସମସ୍ୟାର ସମାଧାନ ହୋଇଛି ।


ସେହିପରି ଭୁବନେଶ୍ୱର, କଟକ ସହ ବିଭିନ୍ନ ଜିଲ୍ଲାରୁ ମାଁ ତାରାତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ମଧ୍ୟ ଏହି ସେତୁ ଦେଇ ମାଁଙ୍କ ନିକଟକୁ କମ ସମୟ ମଧ୍ୟରେ ଯାଇପାରିବେ । ୨୦ ଖଣ୍ଡ ପଞ୍ଚାୟତ ବାସୀ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ବ୍ୟବସାୟୀ ମାନଙ୍କ ନିମନ୍ତେ ମଧ୍ୟ ଏହି ସେତୁ ଯାତାୟରେ ବେଶ ସୁବିଧା ଯୋଗାଇ ଦେଇଛି । ତେଣୁ ଏହି ଯୋଜନା ଏକ ଭଲଭାବେ ଫଳପ୍ରଦ ହୋଇ ଲୋକଙ୍କ କାମରେ ଲାଗିବ ବୋଲି କହିଛନ୍ତି ପୁରୁଷୋତ୍ତମପୁର ତହସିଲଦାର । ସେପଟେ ଏହି ସେତୁ ନିମନ୍ତେ ମୋଟ ୨୩ କୋଟି ବ୍ୟୟ ଅଟକଳ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ବର୍ତ୍ତମାନ ସେତୁକୁ ସଂଯୋଗ କରୁଥିବା ରାସ୍ତା କାର୍ଯ୍ୟ ଚାଲୁ ରହିଥିବା ବେଳେ ଅକ୍ଟୋବର ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହୋଇଯିବ । ଏହି ସେତୁର ଲମ୍ବା ୩୬୭ ମିଟର ରହିଥିବା ବେଳେ ଏହି ସେତୁ ପୁରୁଷୋତ୍ତମପୁରରେ ସବୁଠାର ଅଧିକ ଲମ୍ବା ସେତୁ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ।

Advertisement

Leave a Reply

Your email address will not be published. Required fields are marked *