Pratidin TV

Odisha's Digital News Platform

ପୋଲିସକୁ ଚକମା ଦେଇ ଫେରାର ମାରିଥିବା ନାବାଳିକା ଅପହରଣକାରୀ ଗିରଫ୍ ….

1 min read

ଦେଓଗଡ ; ପୁଲିସକୁ ଚକମା ଦେଇ ନାବାଳିକା ଅପହରଣକାରୀ ଜେଲରୁ ଫେରାର୍ ହୋଇଥିବା ଘଟଣା । ଗତକାଲି ହଦମୁଣ୍ଡା ଜଙ୍ଗଲ ପାଖ ଅଞ୍ଚଳରୁ ଧରାପଡିଲା ଅଭିଯୁକ୍ତ ।

ସୂଚନା ଅନୁଯାୟୀ, କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମର ଜଣେ ନାବାଳିକାକୁ ସେହି ଗ୍ରାମର ସୁମନ ବେହେରା(୨୨) ନାମକ ଜଣେ ଯୁବକ ଅପହରଣ କରିନେଇଥିବା ନେଇ ଗତ ୯ତାରିଖ ଦିନ କୁଣ୍ଡେଇଗୋଳା ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଥିଲା । ଅଦାଲତରେ ତା’ର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ଦେବଗଡ଼ ସ୍ଥିତ ସ୍ଵତନ୍ତ୍ର ଉପକାରାଗାରକୁ ପଠାଇ ଦିଆଯାଇଥିଲା ।

Advertisement

ମାତ୍ର ସ୍ଵତନ୍ତ୍ର ଉପକାରାଗାର ସମ୍ମୁଖରେ ପହଞ୍ଚିବା ପରେ ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ବହୀନତାର ସୁଯୋଗ ନେଇ ଗିରଫ ଅଭିଯୁକ୍ତ ସୁମନ ପୋଲିସକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଦାୟିତ୍ଵରେ ଥିବା କନଷ୍ଟେବଳ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଛାନଭିନ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ଆସାମୀ ଧରାପଡିବା ନେଇ ଦେବଗଡ଼ ଏସ.ଡି.ପିଓ ସୋମ୍ୟରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *