Pratidin TV

Odisha's Digital News Platform

ଘାଟିରେ ଓଲଟିଲା ବସ, ପିଇଟି ଶିକ୍ଷକ ମୃତ ,ଅନେକ ଛାତ୍ରଛାତ୍ରୀ ଆହତ

1 min read

ଉମରକୋଟ: ଘଟିଲା ବଡ ଦୁର୍ଘଟଣା । ଘାଟିରେ ଓଲଟିଲା ସ୍କୁଲ ବସ । ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ସ୍କୁଲ ବସ ଓଲଟି ପଡିଲା । ବିର୍ତ୍ତମାନ ସୁଧା ଜଣଙ୍କ ମୃତୁ ହୋଇଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ସ୍ୱାମୀ ବିବବେକାନନ୍ଦ ହାଇସ୍କୁଲର ପିଇଟି ଶିକ୍ଷକ ।ଚନ୍ଦାହାଣ୍ଡିରେ ଆୟୋଜିତ ହୋଇଥିବା ଏକ କ୍ରୀଡା ଉତ୍ସବରେ ଯୋଗ ଦେବାକୁ ବସ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ବସ ଟି ଯାଉଥିବା ଜଣା ପଡିଛି । ଚନ୍ଦାହାଣ୍ଡି ପହଞ୍ଚିବା ପୂର୍ବରୁ ଘଟିଗଲା ଅଘଟଣ । ଘାଟିରେ ଓଲଟି ପଡିଥିବା ବେଳେ ଘଟଣା ସ୍ଥଳରେ ଶିକ୍ଷକଙ୍କମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କ ଆହତଙ୍କୁ ଉଦ୍ଧାର କରାଯାଇ ସେଠାକାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଉଛି । ସ୍ଥାନୀୟ ଲୋକ ଏବଂ ଆମ୍କବୁଲାନ୍ସ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *