Pratidin TV

Odisha's Digital News Platform

ଝିଅ ବିବାହ ପାଇଁ ବ୍ୟାଙ୍କରେ ରଖିଥିଲେ ୧୮ ଲକ୍ଷ ଟଙ୍କା, ନଗଦ ଟଙ୍କାକୁ ଖାଇଗଲେ ଉଇ

1 min read



ଉତ୍ତରପ୍ରଦେଶ: ଝିଅ ବାହାଘର ପାଇଁ ସଞ୍ଚୟ କରିଥିଲେ ଟଙ୍କା । କିନ୍ତୁ ଲକ୍ଷାଧିକ ଟଙ୍କା ହୋଇଗଲା ଧୂଳିସାତ । ଅତି ଧୁମ ଧାମରେ ଝିଅର ବାହାଘର କରିଥାନ୍ତେ । ବିଭିନ୍ନ ସାଜସାଜ ଠାରୁ ଆରମ୍ଭ କରି ଭୋଜିଭାତର ଆୟୋଜନ ହୋଇଥାନ୍ତା । ଏମିତି କେତେ କଣ ସ୍ୱପ୍ନ ଦେଖିଥରଲେ ମା । ହେଲେ ସବୁ ସ୍ୱପ୍ନ ଅଧା ରହିଗଲା । କାରଣ ଦେଢ ବର୍ଷ ଧରି ଝିଅ ବିବାହ ପାଇଁ ବ୍ୟାଙ୍କରେ ଟଙ୍କା ସଞ୍ଚୟ କରଥିଲେ । ହେଲେ ଯେତେ ବେଳେ ଟଙ୍କା ଉଠାଇବାକୁ ଗଲେ । ସେଠାରେ ଆଉ ଟଙ୍କ ନଥିଲା । ଲକ୍ଷ ଲକ୍ଷ ଟଙ୍କାରେ ଲାଗିଯାଇଥିଲା ଉଇ । ଏତେ ଟଙ୍କାରେ ଉଇ ଲାଗି ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଆଉ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ମହିଳା । ହଁ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।


ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶର ମୋରାଦାବାଦ ଅଞ୍ଚଳରେ ଅଳକା ପାଠକ ନାମକ ଏକ ମହିଳା ଦେଢ ବର୍ଷଧରି ସଞ୍ଚିତ ୧୮ ଲକ୍ଷ ଟଙ୍କା ବ୍ୟାଙ୍କ ଲକରରେ ରଖିଥିଲେ । ହେଲେ ପରେ ଜାଣିବାକୁ ପାଇଲେ ଯେ ତାଙ୍କ ଟଙ୍କା ଉଇ ଲାଗି ନଷ୍ଟ ହୋଇଯାଇଛି ବୋଲି । ତେବେ ମହିଳା ଜଣକ ଜଣେ ଛୋଟ ବ୍ୟବସାୟ କରନ୍ତି। ସେ ଘରୋଇ ଟ୍ୟୁସନ୍ କରୁଥିବା ବେଳେ ସେଥିିରୁ କିଛି କିଛି ଟଙ୍କା ସଞ୍ଚୟ କରିଥିଲେ । ସଞ୍ଚିତ ନଗଦ ଟଙ୍କା ଓ ଅଳଙ୍କାର ଆକାରରେ ବ୍ୟାଙ୍କ୍ ଲର୍କରେ ରଖିଥିଲେ । କିନ୍ତୁ, ଲର୍କରେ ସେ ସବୁକୁ ରଖିବା ନିମନ୍ତେ ଥିବା ସତର୍କତା ବିଷୟରେ ତାଙ୍କର କୈାଣସି ଧାରଣା ନ ଥିଲା । ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଏ ମୂଲ୍ୟବାନ ଗହଣା ଓ ନଗଦ ଟଙ୍କା ଝିଅ ବିହାଘର କାମରେ ଲାଗିବ ବୋଲି । ଲକର ବାର୍ଷିକ ରକ୍ଷଣାବେକ୍ଷଣ ଏବଂ kyc ଯାଞ୍ଚ ପାଇଁ ବ୍ୟାଙ୍କ ଦ୍ୱାରା ଅଲକାଙ୍କୁ ଡକାଯାଇଥିବା ବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା । ଲକରକୁ ଖୋଲିବା ପରେ, ତାଙ୍କର ସମସ୍ତ ନୋଟ ଗୁଡିକ ଉଇ ଦ୍ୱାରା ନଷ୍ଟ ହୋଇଯାଇ ଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ଆଉ ଏହା ଦେଖି ବ୍ୟାଙ୍କ ମଧ୍ୟ ଚିନ୍ତାରେ ପଡିଯାଇଥିଲା । ପରେ ଏ ବିଷୟରେ ମହିଳା ତୁରନ୍ତ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ଏହି ଘଟଣା ଜଣାଇଥିଲେ । ତେବେ ଲକର ଷ୍ଟୋରେଜ୍ ପାଇଁ ଆବଶ୍ୟକ ସାବଧାନତା ବିଷୟରେ ଜାଣି ନ ଥିବାରୁ ସେ ତାଙ୍କ ଝିଅର ବିବାହ ପାଇଁ ଏହି ପାଣ୍ଠି ବ୍ୟବହାର କରିବାକୁ ଇଚ୍ଛା କରି କିଛି ମୂଲ୍ୟବାନ ଅଳଙ୍କାର ସହିତ ପ୍ରାୟ ୧୮ ଲକ୍ଷ ଟଙ୍କା ରଖିଥିଲେ । ଅନ୍ୟପଟେ ଶାଖା ପରିଚାଳକ ଏହି ଘଟଣା ବିଷୟରେ ଜଣାଇଛନ୍ତି ଏବଂ କ୍ଷୟକ୍ଷତିର ଆକଳନ କରିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *