Pratidin TV

Odisha's Digital News Platform

ଚାଲିଥିଲା ଗଣେଶ ପୂଜା ଭସାଣି,କମେଣ୍ଟମରାକୁ ନେଇ ହେଲା ମାରପିଟ୍‌

1 min read

କଟକ : ଗଣେଶ ମୂର୍ତ୍ତି ଭସାଣିରେ ରକ୍ତ ରଞ୍ଜିତ ହେଲା ଗାଁ । ମୁହାଁମୁହିଁ ହେଲେ ୨ଗୋଷ୍ଠୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ଦଳ ମଧ୍ୟରେ ବଚସା ହୋଇ ଘଟିଲା ତୁମୁଳ କାଣ୍ଡ । କଟକ ଜିଲ୍ଲା ବାଙ୍କୀ ଠାରେ ଘଟିଛି ଏଭଳି ଘଟଣା । ସୂଚନା ଅନୁଯାୟୀ ବାଙ୍କୀ କରବର ଗ୍ରାମରେ ଗତକାଲି ଗଣେଷ ପୂଜା ଭସାଣି ଚାଲିଥିଲା ।ନାଚ ଗୀତରେ ସମସ୍ତେ ମସଗୁଲ ଥିବା ବେଳେ ପୂର୍ବ ଶତ୍ରୁତା କୁ ନେଇ ଦୁଇ ସାହି ର ଦୁଇ ଗୋଷ୍ଠୀ ମଧ୍ୟରେ ଦେଖାଦେଇଥିଲା ତିକ୍ତତା । ଧୀରେ ଧୀରେ ଏତେମାତ୍ରାରେ ବଢି ଯାଇଥିଲା ଯେ ସନ୍ଧ୍ୟା ସମୟରେ ଦେଖିବାକୁ ମିଳିଥିଲା ଏହାର ଉଗ୍ର ରୂପ ।

ଦୁଇ ଦଳ ମଧ୍ୟରେ କମେଣ୍ଟ ମରା ଏବଂ ପରେ ବଚସା ରୁ ନେଇ ଆରମ୍ଭ ହୋଇଯାଇଥିଲା ଗୋଷ୍ଠି ସଂଘର୍ଷ ସହ ହଣାକଟା । ଉଭୟ ପକ୍ଷରୁ ଆକ୍ରମଣ ହୋଇଥିବା ବେଳେ ଏତିରେ ୭ ଜଣ ଗୁରୁତର ହୋଇ ଚିକିତ୍ସା ହେଉଥିବା ଜଣାପଡିଛି । ଅପର ପଟେ ବାଙ୍କୀ ପୋଲିସ ଏହି ଘଟଣା ର ଅଭିଯୋଗ କ୍ରମେ ତଦନ୍ତ ଚଳାଇଛି । ଦୋଷୀ କୁ ଖୁବଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି ଆହତଙ୍କ ପରିବାର ।

Advertisement

Leave a Reply

Your email address will not be published. Required fields are marked *